ଭିଜିଲାନ୍ସ ଜାଲରେ ସୋର ତହସିଲଦାର

ବାଲେଶ୍ୱର, (କେପିଏନ୍‌ଏସ୍‌) : ସୋର ତହସିଲଦାର ଦୈତାରୀ ମଲ୍ଲିକ ଭିଜିଲାନସ ହାତରେ ଧରାପଡିଛନ୍ତି । ସୂଚନା ଅନୁସାରେ ଗତ କିଛି ଦିନ ତଳେ ବାଗୁଡି ପଥର ଖାଦାନରୁ ପଥର ଚୋରି ହେଉଥିବାର ଖବର ପାଇ ତହସିଲଦାର ଶ୍ରୀ ମଲ୍ଲିକ ଚଢାଉ କରିଥିଲେ । ପରେ ଧଳ ଷ୍ଟକ ପଏଣ୍ଟରୁ ୫ଟି ବେଆଇନ୍ ପଥର ବୋଝେଇ ଡମ୍ଫରକୁ ଜବତ କରି ସୋର ତହସିଲ ପରିସରରେ ରଖିଥିଲେ । ଉକ୍ତ ପଥର ଗାଡିକୁ ଛାଡିବାକୁ ଟ୍ରକ ମାଲିକମାନଙ୍କ ଠାରୁ ୪୦ ହଜାର ଟଙ୍କା ଟ୍ରକ ଆସୋସିଏସନର ଉପସଭାପତି ଦୟାନିଧି ଜେନାଙ୍କ ମାଧ୍ୟମରେ ନେଉଥିବା ବେଳେ ଭିଜିଲାନ୍ସ ଟିମ ମାଡିବସିଥିଲା । ପରେ ତାଙ୍କ ଭଡାଘର ଓ ଅଫିସରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଇଥିଲା । ଶେଷରେ ଦୟାନିଧି ଜେନା ଓ ତହସିଲଦାର ଶ୍ରୀ ମଲିକଙ୍କୁ ବାଲେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଥିବା ଜଣାପଡିଛି ।

Leave A Reply

Your email address will not be published.