ଭିଜିଲାନ୍ସ ଜାଲରେ ଛତ୍ରପୁର ବିଇଓ

  • ବ୍ରହ୍ମପୁର ମହାନଗର ନିଗମରେ ୨ଟି ଇନ୍ଦ୍ରମହଲ କୋଠା, ସଞ୍ଚୟ କରିଥିବା ଗଦା ଗଦା, ବିଡା ବିଡା ନୋଟ୍ ଜବତ
  • ଛତ୍ରପୁର ବିଇଓ ଅଫିସ୍ ଯାଞ୍ଚ ପ୍ରକ୍ରିୟା ଆରମ୍ଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭିଜିଲାନ୍ସ ଜାଲରେ ପଡିଗଲେ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ । ସେ ପୁଣି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲାର ହେଡ କ୍ୱାଟର୍ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ ପାତ୍ରଙ୍କ ବ୍ରହ୍ମପୁର ମହାନଗର ନିଗମ ଅଧୀନରେ ଥିବା ଦୁଇଟି ଘରେ ସକାଳୁ ସକାଳୁ ଶନିବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଯାହାକି ସୀତାରାମ ପାତ୍ରଙ୍କ ବ୍ରହ୍ମପୁର ସ୍ଥିତ ଖୋଡ଼ାସିଙ୍ଗି ନିକଟ ରାମକୃଷ୍ଣନଗର ସପ୍ତମ ଲେନ୍‌ର ଦୁଇ ମହଲା କୋଠା, ଖୋଡ଼ାସିଙ୍ଗି ନିକଟ ଶରଧାବାଲି ପ୍ରଥମ ଲେନ୍ ବିଜୟ ଟାୱାର-୨ର ଫ୍ଲାଟ୍‌ ନମ୍ବର ୩୦୪, ଗଞ୍ଜାମ ଜିଲ୍ଲାର ପୋଲସରାର ଏନ୍. ଏ. ସି. ଅଞ୍ଚଳର କୋଳି ସାହିରେ ଥିବା ୨ ମହଲା କୋଠା ଓ ଗୋଟିଏ କୋଠା, ବ୍ରହ୍ମପୁର କଳିଙ୍ଗନଗର ସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢ଼ାଉ ହୋଇଛି । ଚଢ଼ାଉ ବେଳେ ଗଦା ଗଦା, ବିଡା ବିଡା ନୋଟ୍ ଭିଜିଲାନ୍ସ ଜବତ କରିଛି । ପୁଣି ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏବେ ଚଢ଼ାଉ ଆରମ୍ଭ । ଏଥିରେ ରାଜ୍ୟ ଭିଜିଲାନ୍ସ ନେତୃତ୍ୱରେ ୫ ଡିଏସ୍‌ପି, ୪ ଇନ୍ସପେକ୍ଟର, ୫ ଏସ୍‌ଆଇ /ଏଏସ୍‌ଆଇ ଓ ଅନ୍ୟ ବିଭାଗର କର୍ମଚାରୀ ସାମିଲ ହୋଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ’ ତୃଣମୂଳ ସ୍ତରରେ ଜଣେ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଥିବା ସୀତାରାମ ପାତ୍ର ଦୀର୍ଘଦିନ ଧରି ଛତ୍ରପୁର କାର୍ୟ୍ୟାଳୟରେ ଏ. ବି. ଇ. ଓ. ଭାବେ ଅବସ୍ଥାପିତ ଥିବା ବେଳେ ଗତ ୨୩ ଡିସେମ୍ବର ୨୦୨୧ ରେ ସେ ଛତ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ପଦୋନ୍ନତି ଭିତ୍ତିରେ ଅବସ୍ଥାପିତ ହେଇଥିଲେ । ଜଣେ ଜଣାଶୁଣା ସାଧା ସିଧା ଲୋକ ଭାବେ ଆଚରଣ ପ୍ରଦର୍ଶନ କରି ଆସିଥିବା ବେଳେ ମଝିରେ ମଝିରେ ତାଙ୍କରି ନାମରେ ଶିକ୍ଷକ ସଙ୍ଘ ପକ୍ଷରୁ ଅନେକ ଚପା ଉତ୍ତେଜନା ପ୍ରକାଶ ପାଇଆସୁଥିଲା । ଚାକିରୀରେ ବଦଳି, ମିୟୁଚିୱାଲ୍ ଟ୍ରାନ୍ସଫର, ପଦୋନ୍ନତି, ସାର୍ଟିଫିକେଟ ଯାଞ୍ଚ ଏବଂ ପ୍ରାଇଭେଟ୍ ସ୍କୁଲର ସି. ଓ. ଆର୍. ଏବଂ ଏନ୍. ଓ. ସି. ରିନ୍ୟୁ କରିବାରେ ତଥା ସି. ଓ. ଆର୍. ଏବଂ ଏନ୍. ଓ. ସି. ପ୍ରଦାନରେ ହଜାର ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.