ବଡଭ୍ରାତା ପିତୃ ତୁଲ୍ୟ : ହେଲେ ସେହିଁ ପିତୃତୂଲ୍ୟ ସମ୍ମାନରେ କଳଙ୍କ, ବୋହୂକୁ ଅସଦାଚରଣ କରିବା ଅଭିଯୋଗରେ ଜେଲଗଲେ ଦେଢଶ୍ଵଶୁର
ପାଟଣାଗଡ଼, (ଗୋରେଖନାଥ ବରିହା) : ବଡ଼ଭ୍ରାତା ପିତୃ ତୁଲ୍ୟ ଏବଂ ବଡ଼ ବୋହୂ (ଭାଉଜ) ମାତା ସମାନ ବୋଲି କାହିଁ କେତେ ଯୁଗରେ ମାନିବା ସହିତ ସମ୍ମାନ ଦେବା ପରଂପରା ପ୍ରଥା ରହିଛି । ପିତାଙ୍କ ଦେହାନ୍ତ ପରେ ବଡ଼ ପୁଅ ପିତାଙ୍କ ପରି ଘରର ସମସ୍ତ ଭାର ସମ୍ଭାଳିବା ପାଇଁ ଦାୟିତ୍ବ ନେଇଥାନ୍ତି ହେଲେ ବର୍ତ୍ତମାନ ଯୁଗରେ ବିପରୀତ ଦେଖାଦେଇ ପିତା ତୁଲ୍ୟ ବଡ଼ ଭାଇ ନିଜ ଭାଇ ବୋହୁଙ୍କୁ ଅସଦାଚରଣ ଅଭିଯୋଗରେ ଜେଲଯାଇଛନ୍ତି । ସୂଚନା ଅନୁସାରେ ପାଟଣାଗଡ଼ ଥାନା ଝୁଲେନବର ଅଞ୍ଚଳର ମୃତ ଓଏଏସ୍ପି ଯବାନଙ୍କ ବିଧବା ପତ୍ନୀଙ୍କୁ ତାଙ୍କ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ତାଙ୍କ ନିଜ ଦେଢଶ୍ଵଶୁର ନିଶାଶକ୍ତ ହୋଇ ମହିଳାଙ୍କୁ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ । ମହିଳା ସେଠାରୁ ଉପସ୍ଥିତ ନିଜ ବୁଦ୍ଧି ବଳରେ ସେଠାରୁ ଖସି ପଳାଇ ଆସିଥିଲେ । ମହିଳା ଜଣକ ପାଟଣାଗଡ଼ ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦେଢଶ୍ଵଶୁରଙ୍କୁ ଥାନାକୁ ଆଣି ଅଟକ ରଖି ତଦନ୍ତ କରିଥିଲେ । ତଦନ୍ତ ପରେ ପୋଲିସ ଦେଢଶ୍ଵଶୁରଙ୍କୁ କୋଟ ଚାଲାଣ କରିଥିଲା । କୋଟରେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ ହାଜତରେ ହାଜତକୁ ପଠାଇ ଦିଆଯାଇଥିବା ଥାନାଧିକାରୀ ଅନନ୍ତ ପ୍ରଧାନ ସୂଚନା ଦେଇଛନ୍ତି ।