୧୫ ବର୍ଷରୁ ପୁରୁଣା ମାମଲାରେ ଆକ୍ରମଣ ଅଭିଯୁକ୍ତକୁ ୨ବର୍ଷ ଜେଲ

ସଇଁନ୍ତଲା, (ଖୁସିରାନୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା କୋର୍ଟର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଭାଗ୍ୟଶ୍ରୀ ପତି ଏକ ୧୫ବର୍ଷ ପୁରୁଣା ଟାଙ୍ଗିଆରେ ଆକ୍ରମଣ ଘଟଣାର ବିଚାର କରି ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ରାୟ ପ୍ରକାଶ କରିଛନ୍ତି । ରାୟରେ ଅଭିଯୁକ୍ତ ସଇଁତଲା ଥାନା ଜୁନାନିମାଲ ଗାଁର ଲୋଚନ ମହାଡ଼ିକକୁ ୨ବର୍ଷ ଜେଲଦଣ୍ଡ ସହ ୫ଶହ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ମାମଲାରୁ ପ୍ରକାଶ ଯେ, ଜୁନାନିମାଲ ଗାଁର ଲୋଚନ ଓ ଡଙ୍ଗରମୁଣ୍ଡା ଗାଁର ମଦନ ସାହୁଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା । ଗତ ୨୦୨୦ ଅକ୍ଟୋବର ୫ ତାରିଖରେ ମଦନଙ୍କ ସ୍ତ୍ରୀ ଲକ୍ଷ୍ମୀ ସାହୁ ନଳକୂପରେ ପାଣି ସଂଗ୍ରହ କରୁଥିବାବେଳେ ଲୋଚନ ତାଙ୍କୁ ଗାଳିଗୁଲଜ କରିବା ସହ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଏଥିରେ ଲକ୍ଷ୍ମୀ ଗୁରୁତର ହୋଇଥିଲେ । ପରେ ଏନେଇ ମଦନ ସଇଁନ୍ତଳା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ବିଚାରପତି ଭାଗ୍ୟଶ୍ରୀ ପତି ଉକ୍ତ ମାମଲାର ବିଚାର କରି ସାକ୍ଷ୍ୟ ପ୍ରମାଣ ଆଧାରରେ ରାୟ ପ୍ରକାଶ କରିଥିଲେ । ସରକାରଙ୍କ ପକ୍ଷରୁ ଏପିପି ପ୍ରକାଶ ମହାଉତି ମାମଲା ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.