ସ୍ଥିରତା ଓ ଗ୍ରାମୀଣ ଆୟ ପାଇଁ ଜୈବ ଇନ୍ଧନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ୨୦୧୫ ମସିହାରୁ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଦ୍ୱାରା ବିଶ୍ୱ ଜୈବ ଇନ୍ଧନ ଦିବସ ପାଳନ କରାଯାଉଛି । ଜୀବାଶ୍ମ ଇନ୍ଧନର ବିକଳ୍ପ ଭାବରେ ଅଣପାରମ୍ପାରିକ ଇନ୍ଧନ ଉତ୍ସଗୁଡ଼ିକର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୧୦ରେ ସମଗ୍ର ବିଶ୍ୱରେ “ବିଶ୍ୱ ଜୈବ ଇନ୍ଧନ ଦିବସ” ପାଳନ କରାଯାଏ । ଏହି ଦିନ ଧରିତ୍ରୀର ନିରନ୍ତର ବିକାଶ ପାଇଁ ଅଣ ଜୀବାଶ୍ମ ଇନ୍ଧନ ଉତ୍ସ ବ୍ୟବହାର କରିବାକୁ ପ୍ରୋତ୍ସାହିତ କରେ । ୧୮୯୩ ମସିହାରେ ଚିନାବାଦାମ ତେଲ ସହିତ ଏକ ଇଞ୍ଜିନ ଚଳାଉଥିବା ସାର୍ ରୁଡଲ୍ଫ ଡିଜେଲଙ୍କ ଦ୍ଵାରା ହୋଇଥିବା ଏହି ପରୀକ୍ଷଣକୁ ମଧ୍ୟ ସମ୍ମାନିତ କରାଯାଉଛି । ତାଙ୍କର ପରୀକ୍ଷଣରୁ ପୂର୍ବାନୁମାନ କରି ହେଉଥିଲା ଯେ, ବିଭିନ୍ନ ଯାନ୍ତ୍ରିକ ଇଞ୍ଜିନକୁ ଇନ୍ଧନ ଦେବା ପାଇଁ ଭବିଷ୍ୟତରେ ବନସ୍ପତି ଇନ୍ଧନ ହିଁ ଜୀବାଶ୍ମ ଇନ୍ଧନର ବିକଳ୍ପ ହେବାକୁ ଯାଉଛି । ୨୦୨୩ ରେ ‘ସ୍ଥିରତା ଏବଂ ଗ୍ରାମୀଣ ଆୟ ପାଇଁ ଜୈବ ଇନ୍ଧନ’ ଶୀର୍ଷକ ଆଲୋଚନା ଚକ୍ର ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିସହିତ ପରିବେଶ ପ୍ରଦୂଷଣ ମୁକ୍ତ ଓ ଧରିତ୍ରୀ ମା’ର ସୁରକ୍ଷା ଏବଂ ବିକାଶ ଦିଗରେ ସହାୟକ ହେବ ବୋଲି ଆଜିର ‘ବିଶ୍ୱ ଜୈବ ଇନ୍ଧନ ଦିବସ’ ଅବସରରେ ପ୍ରକୃତି ବନ୍ଧୁ ଦିଲ୍ଲୀପ କୁମାର ଧାଉଡ଼ିଆ ବାର୍ତ୍ତା ଦେଇଛନ୍ତି ।

Leave A Reply

Your email address will not be published.