ଦିବ୍ୟଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ଦିବ୍ୟଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ସମସ୍ତ ସଭ୍ୟ ସଭ୍ୟା ତଥା ଜନସାଧାରଣଙ୍କୁ ନେଇ ଡକ୍ଟର ପ୍ରକାଶ କୁମାର ଦାସ ଓ ଅନ୍ୟ ଜଣେ ସ୍ୱାସ୍ଥ୍ୟ ପରିକ୍ଷିକା ସଙ୍ଗୀତ ପଟେଲଙ୍କ ତତ୍ତ୍ଵାବଧାନରେ ଓଜନ, ରକ୍ତ, ସୁଗର୍, ବିପି, ଆଦି ସ୍ୱାସ୍ଥ୍ୟ ମାଗଣାରେ ପରୀକ୍ଷା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସୁନାମ ଧନ୍ୟ ସମାଜପ୍ରେମୀ ଲକ୍ଷ୍ମଣ କୁମାର ମିଶ୍ର, ଆନନ୍ଦ ଚନ୍ଦ୍ର ବେହେରା, କାମେଶ୍ୱର ମହାଳିକ ଓ ଅନ୍ୟ ମୁଖ୍ୟ କାର୍ଯ୍ୟ ନିର୍ବାହୀ ତଥା ଉପଦେଷ୍ଟା ବିରଞ୍ଚି ଗହୀରଙ୍କ ତଦାରଖ ତଥା ତତ୍ତ୍ଵାବଧାନରେ ଲାଲଟିକ୍ରା ପଡ଼ାର ସମସ୍ତ ସଂପୃକ୍ତ ସଭ୍ୟ ସଭ୍ୟାମାନେ ଉପସ୍ଥିତ ରହିଥିଲେ । ଅନେକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି ପରି ପ୍ରତି ମାସ ପ୍ରଥମ ଏକ ତାରିଖ ଦିନକୁ ସ୍ୱାସ୍ଥ୍ୟ ପରୀକ୍ଷା ଦିବସ ଭାବେ ଗ୍ରହଣ କରି । ଜନସାଧାରଣ ତଥା ଜନତାଙ୍କର ସେବାରେ ନିଜକୁ ସେବା କରିବାରେ, ସଙ୍ଗଠନର ସମସ୍ତ ସଭ୍ୟ ସଭ୍ୟା ମାନେ ପୂର୍ଣ୍ଣ ପ୍ରାଣେ ସମର୍ପି ନିଜକୁ ଧନ୍ୟ ମନେ କରିଥିଲେ । ପ୍ରତିଦିନ ପ୍ରାତଃ ୫ଟାରେ ଲୋକଙ୍କୁ ମାଗଣା ଯୋଗ ଶିଖାଇବା ସହ ଓ ରୋଗ ଅନୁସାରେ ଏକୁପ୍ରେସର୍ ମଧ୍ୟ ବିରଞ୍ଚି ଗହୀର ଲୋକ ମାନଙ୍କୁ ଦେଇ ଦୀର୍ଘ ୬ ବର୍ଷ ହେବ ବିନା ପଇସାରେ ମାଗଣା ଲଗାତାର ଭାବେ ଦେଇଥିଲେ । ସଂଗଠନକୁ ଏକ ଆଦର୍ଶ ଭାବ ଛିଡ଼ା କରାଇବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ମଝି ମଝିରେ ଅନାଥାଶ୍ରମକୁ କିଛି ଖାଦ୍ୟ ଯୋଗାଇ ଦୁଃଖି ଦରିଦ୍ର ଜନତାରର ସେବା କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଜୟକୃଷ୍ଣ ମେହେର, ସୁଶାନ୍ତ କୁମାର ପଣ୍ଡା, ଦୟାନିଧି ବାଗ, ନୀଳକଣ୍ଠ ମେହେର, ସୁବ୍ରତ ପଟେଲ୍, ଶୁର୍ଚ୍ଚନ ପୁଟେଲ, ମହମ୍ମଦ ସରିଫ୍ ଖାଁ, ଚୁନେଶ୍ୱରୀ ଗହୀର, ଦମୟନ୍ତୀ ପ୍ରଧାନ, ମାନିନୀ ମେହେର ପ୍ରମୁଖ ସଭ୍ୟସଭ୍ୟା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.