ସୁରଜ ଓରଫ ଜାଗ୍ରତ ପାଣିଗ୍ରାହୀ ନିଖୋଜ ନେଇ ଟାଉନ ଥାନାରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ରେଲୱେ ଷ୍ଟେସନ ରୋଡରେ ଥିବା ଉଦୟ ନଗରର ସୁରଜ ଓରଫ ଜାଗ୍ରତ ପାଣିଗ୍ରାହୀ ନିଖୋଜ ନେଇ ଟାଉନ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି ନିଖୋଜ ସୁରଜଙ୍କ ବାପା ରାଜେନ୍ଦ୍ର ପାଣିଗ୍ରାହୀ । ଅଭିଯୋଗ ଅନୁଯାୟୀ, ଗତ ମଙ୍ଗଲବାର ରାତି ୯ ଘଣ୍ଟା ସମୟରେ ସୁରଜ ନିଜ ଘରୁ ବାହାରି କେଉଁ ଆଡେ ଚାଲିଯାଇଥିବା ବେଳେ ଏ ଯାଏଁ ଘରକୁ ଫେରି ନାହାନ୍ତି । ନିଖୋଜ ସୁରଜଙ୍କ ବୟସ (୩୧) ହୋଇଥିବା ବେଳେ ସେ ଗୋରା ରଙ୍ଗର ଅଟନ୍ତି । ସୁରଜ ନୀଳ ରଙ୍ଗର ପ୍ୟାଣ୍ଟ ଓ ଟି ସାର୍ଟ ପିନ୍ଧି ଘରୁ କୁଆଡେ ଚାଲିଯାଇଛନ୍ତି । ଅନ୍ୟପଟେ ଯେ କୌଣସି ବ୍ୟକ୍ତି ସୁରଜଙ୍କ ସନ୍ଧାନ ପାଇଲେ ୯୮୫୩୨୦୦୭୮୩ ଓ ୬୩୭୨୧୮୬୩୩କୁ ଯୋଗାଯୋଗ କରିବା ପାଇଁ ସୁରଜଙ୍କ ବାପା କହିଛନ୍ତି ।

Leave A Reply

Your email address will not be published.