om academy

ବଲାଙ୍ଗିର ସହରରେ ୧୯ଟି ମଣ୍ଡପରେ ପୂଜା ପାଇଲେ ମା’ ଜଗତ ଜନନୀ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଧରାପୃଷ୍ଠ ଯେତେବେଳେ ଆସୁରିକତାରେ ତ୍ରାହି ତ୍ରାହି ଡାକୁ ଥିଲା, ସେତେବେେଳେ ଜଗତ ଜନନୀ ମା’ ଦୁର୍ଗା ଆବିର୍ଭାବ ହୋଇ ମହିଷାସୁରକୁ ବଧ କରିବା ସହ ଧରାପୃଷ୍ଠକୁ ତ୍ରାହି କରିଥିଲେ । ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣରେ ମହାପ୍ରତାପି ମହିଷାସୁରକୁ ନିଧନ କରିଥିଲେ ମା’ ଦୁର୍ଗା । ଧରାପୃଷ୍ଠରୁ ଆସୁରିକତାର ବିନାଶ ପରେ ମହାଆଡମ୍ବରରେ ବିଜୟା ଦଶମୀ ପାଳନ କରଯାଇଥାଏ । ତେବେ ଆଜି ବିଜୟା ଦଶମୀ । ଏହି ଅବସରରେ ଆସନ୍ତୁ ଦେଖିବା ମା’ ଜଗତ ଜନନୀ ପୂଜା ପାଇଥିବା ୧୯ଟି ପୂଜା ମଣ୍ଡପ । ମା’ ଜଗତ ଜନନୀ ପୂଜା ପାଇଥିବା ୧୯ଟି ପୂଜା ମଣ୍ଡପ ଗୁଡିକ ହେଲା ସହରର ରୁଗୁଡିପଡା, ଶାନ୍ତିପଡା, ଜଗନ୍ନାଥପଡା, ରାଧାରାଣୀପଡା, କଲେଜ ଛକ, ବିକ୍ରମଛକ, ତୁଳସୀନଗର, ତାଲପାଲିପଡା, ସରକାରୀ ବସଷ୍ଟାଣ୍ଡ, କ୍ଲବପଡା, ସାଗରପଡା, ପୁରୁଣା ରାଜବାଟୀ, ପେଲେସଲାଇନ, ଠିକାଦାରପଡା, ରାଜେନ୍ଦ୍ରପଡା, ଗାନ୍ଧୀନଗରପଡା, ପିପିଏକାଡେମୀଛକ, ରିଜର୍ଭ ପୋଲିସ, ବଲାଙ୍ଗିର ଜେଲ ଆଦି ପୂଜା ମଣ୍ଡପରେ ମା’ ଜଗତ ଜନନୀଙ୍କୁ ପୂଜାର୍ଚ୍ଚନା କରାଯାଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.