ପବିତ୍ର ହରିଶଙ୍କର ପୀଠରେ ମହାଶିବରାତ୍ରି ଜାଗର ମେଳା ଅନୁଷ୍ଠିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଆଜି ମହାଶିବରାତ୍ରି ଜାଗର ମେଳା । ପବିତ୍ର ହରିଶଙ୍କର ପୀଠରେ ଶତାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ଅନୁଷ୍ଠିତ ହେଉଛି । କୋଭିଡ୍ କଟକଣା ଯୋଗୁଁ ସକାଳ ୭ଟାରୁ ଲମ୍ବା ଲାଇନ ଏବଂ ନିୟମ କାନୁନ ଦେଇ ସମସ୍ତଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ସୁଯୋଗ ଦିଆଯାଇଥିଲା । ଦେବାଧିଦେବ ମହାଦେବଙ୍କ ପୂଜାର୍ଚ୍ଚନା ପାଇଁ ଚଳଚଞ୍ଚଳ ହୋଇପଡିଛି ହରିଶଙ୍କର । ମନ୍ଦିର ଗୁଡିକ ପୂଜାର୍ଚ୍ଚନା ପାଇଁ ବିଶେଷ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଗୋଟିଏ ବର୍ଷ ପରେ ପ୍ରଭୁଙ୍କ ପାଖରେ ଜାଗର ଜାଳିବା ପାଇଁ ଲୋକଙ୍କ ମନରେ ଉଦ୍ଦିପନା ପ୍ରକାଶ ପାଇଛି । ଭକ୍ତ ମାନେ ହରିଶଙ୍କର ବୁଲିବା ସହ ସେଲାପଥରରେ ଗାଧୋଇବାର ମଜା ନେଉଛନ୍ତି । ରିପୋର୍ଟ ଲେଖାଯିବା ପର୍ୟ୍ୟନ୍ତ ଭକ୍ତଙ୍କ ଆଗମନ ଜାରି ରହିଛି । ସମସ୍ତେ ଶିବ କୃପା ଲାଭ କରିବା ପାଇଁ ଆତୁର ଅଛନ୍ତି । ବ୍ୟବସାୟୀ ମାନେ ମଧ୍ୟ ବହୁତ ଖୁସି ଅଛନ୍ତି ଦି’ ପଇସା ରୋଜଗାର ଆଶାରେ ।

Leave A Reply

Your email address will not be published.