
ଆଠଗଡ : କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ଵରରେ ଭକ୍ତଙ୍କ ଲାଗି କଟକଣା ଲଗାଯାଇ ୧୪୪ ଧାରା ଲାଗୁ କରାଯାଇଛି । ଏକ ତାରିଖ ସକାଳ ୫ଟାରୁ ୨ ତାରିଖ ସଂଧ୍ୟା ୭ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି । ଜାଗର ଯାତ୍ରାରେ ଧବଳେଶ୍ୱର ପୀଠରେ ଭକ୍ତଙ୍କ ଅଧିକ ଭିଡ ହେବା ନେଇ କୋଭିଡ ଗାଇଡ ଲାଇନ ପାଳନ କରିବାରେ ସମସ୍ୟା ସୃଷ୍ଟି ହେବ ବୋଲି ଅନୁମାନ କରି ୧୪୪ ଧାରା ଜାରି କରାଯାଇଛି । ତେବେ ପୂଜକ ସମିତି ପକ୍ଷରୁ ଓ ସେବାୟତଙ୍କ ଦ୍ୱାରା ନୀତିକାନ୍ତି ସମାପନ କରାଯିବ ବୋଲି ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି ।