ବ୍ରହ୍ମପୁର ମହାନଗରର ଗଡ଼ ଜଗନ୍ନାଥ ମନ୍ଦିର ସହ ଅନ୍ୟ ଧର୍ମାନୁଷ୍ଠାନର ନବୀକରଣ ନିମନ୍ତେ ଶୁଭ ଅନୁକୂଳ

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ବ୍ରହ୍ମପୁର ଖାସ୍ପା ସାହି ଗଡ଼ ଜଗନ୍ନାଥ ମନ୍ଦିର ଓ ଆସ୍କା ରୋଡସ୍ଥ ଧାନମେରା ଅଞ୍ଚଳ ତଥା ହରିଜନ ସାହି ସ୍ଥିତ ଶ୍ରୀ ଶ୍ରୀ ଶିବକାଳୀ ମନ୍ଦିର ପରିସରରେ ନବୀକରଣ ନିମନ୍ତେ ଭୂମି ପୂଜନ ଶୁଭ ଅନୁକୂଳ ହୋଇଛି । ସୂଚନାଯୋଗ୍ୟ ଯେ’ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୫-ଟି ଅଧ୍ୟକ୍ଷ ଭି. କେ. ପଣ୍ଡିଆନଙ୍କ ଅଭିଯୋଗ ଶୁଣାଣି ଗସ୍ତ ସମୟରେ ଅନୁରୋଧ କରି ମଞ୍ଜୁରୀ ହୋଇଥିବା ଏବଂ ମାନ୍ୟବର ବିଧାୟକଙ୍କ ହାତ ପାଣ୍ଠିରୁ ପ୍ରଦାନ କରାଯାଇଥିବା ଅନୁଦାନ ଅର୍ଥରାଶିରୁ “ମନ୍ଦିରର ଆଧୁନୀକରଣ ତଥା ଉନ୍ନତିକରଣ ଏବଂ କୋଠା ଘର ନିର୍ମାଣ” ନିମନ୍ତେ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଅନୁକୂଳ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟୀ ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ଼ା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ନିଖିଳ ଓଡ଼ିଶା ଆଇନଜୀବୀ ସଂଘ ସଂପାଦକ, ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ତଥା କର୍ପୋରେଟର ସଞ୍ଜିତ କୁମାର ପାଣିଗ୍ରାହୀ, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା, ବ୍ରହ୍ମପୁର ମହାନଗର ନିଗମର ବହୁ କର୍ପୋରେଟର, ବୁଦ୍ଧିଜିବୀ ଏବଂ ସ୍ଥାନୀୟ ନେତ୍ତୃବର୍ଗ ତଥା ଗଣ୍ୟମାନ୍ୟ ବ୍ୟକ୍ତି ଏହି ସାମାରୋହରେ ଯୋଗଦାନ କରିଥିଲେ । ଏନେଇ ସ୍ଥାନୀୟ ବାସିନ୍ଦାଗଣ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ୍ ଜଣାଇବା ସଂଘକୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.