ଯାଦବ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ରେ ସାମିଲ ହେଲେ ବିଧାୟକ ଲକ୍ଷ୍ମଣ ବାଗ

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା ବ୍ଲକ ଧରପଗଡ଼ ଖେଳ ପଡିଆ ଠାରେ ପଞ୍ଚାୟତ ସ୍ତରୀୟ ଯାଦବ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଯାଦବ ସମାଜର ଶତାଧିକ ମହିଳା ଓ ପୁରୁଷ ଧରପଗଡ଼ ପଞ୍ଚାୟତ ଛକରେ ଏକତ୍ରିତ ହୋଇ ଭଗବାନ ଶ୍ରୀ କୃଷ୍ଣ ଓ ମା’ ସମଲେଇଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା ପରେ ବାଡ଼ିଖେଳ ମାଧ୍ୟ୍ୟମରେ ଗାଁରେ ପରିକ୍ରମା କରାଯାଇଥିଲା ପରେ ସ୍ଥାନୀୟ ଶିଶୁମନ୍ଦିର ଖେଳ ପଡିଆରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ମୁଖ୍ୟବକ୍ତା ବଲାଙ୍ଗିର ଜିଲ୍ଲା ଯାଦବ ସମାଜର ଉପଦେଷ୍ଟା ଛବିଳ ବଗର୍ତ୍ତୀ, ଯାଦବ ସମାଜ ବ୍ଲକ ସଭାପତି ମନୋହର ବାଗ, ଯାଦବ ସମାଜ ବ୍ଲକ ସମ୍ପାଦକ ବିନୟ ଭୋଇ, ବିଜୟ ବିଶି, ଧରପଗଡ଼ ପଞ୍ଚାୟତ ଯାଦବ ସମାଜ ସଭାପତି ରାଜକିଶୋର ବିଶି, ସମ୍ପାଦକ ଦେବେନ୍ଦ୍ର ରତାଇ ମଞ୍ଚାସୀନ ଥିବା ବେଳେ ବକ୍ତାମାନେ ଯାଦବ ସମାଜର ଯୁବକ, ଯୁବତୀମାନେ ସମାଜ ପାଇଁ ସମର୍ପିତ ହୁଅନ୍ତୁ ବୋଲି ବକ୍ତା ମାନେ ପରାମର୍ଶ ଦେଇଥିଲେ । ପରେ ସମାଜ ପକ୍ଷରୁ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଓପଢୌକନ ଦେଇ ସମ୍ମାନିତ କରିବା ପରେ ସାମ୍ବାଦିକ ଅଜିତ କୁମାର ସାହୁ, ପ୍ରଦୀପ ବାଗ ଓ ଗୋକୁଳାନନ୍ଦ ବଗର୍ତ୍ତୀଙ୍କୁ ସମ୍ମାନିତ କରିବା ପରେ ବ୍ଲକର ୨୨ ଗୋଟି ପଞ୍ଚାୟତର ସଭାପତି ଓ ସମ୍ପାଦକ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଚୈତନ୍ୟ ବାଗ ମଞ୍ଚ ପରିଚଳନା କରିଥିବା ବେଳେ କୋଷାଧ୍ୟକ୍ଷ ଶତୃଘ୍ନ ସେଲମା ଧନ୍ୟବାଦ ଅର୍ପଣ କରିଥିଲେ । ସତ୍ୟନାରାୟଣ ବଗର୍ତ୍ତୀ, ଲବକାନ୍ତ ବଗର୍ତ୍ତୀ, ନୀଳାମ୍ବର ବାଗ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.