ନୂଆପଡାରେ ଯାଦବ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌

  • ଯାଦବଙ୍କୁ ସବୁ କ୍ଷେତ୍ରରେ ଅଧିକାର ପାଇଁ ଆହ୍ୱାନ

କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଝରଣୀ ପଞ୍ଚାୟତ ନୂଆପଡା ଗାଁରେ ଝରଣୀ ପଞ୍ଚାୟତ ଯାଦବ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯାଦବ ସମାଜର ଗଉଡ଼ ବାଡ଼ି ଖେଳ ପ୍ରଦର୍ଶନ ହୋଇଥିଲା । ପ୍ରଥମେ ମାଁ ଚଣ୍ଡୀ ସମ୍ବଲେଇଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଆୟୋଜିତ ସାଧାରଣ ସଭାରେ ତୁରେକେଲା ବ୍ଲକ ଯାଦବ ମହାସଭାର ସଭାପତି ମକରଧ୍ୱଜ ନିଆଲଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସମ୍ମାନୀୟ ଅତିଥି ଭାବେ ବ୍ଲକ ସମ୍ପାଦକ ଭୋଦେବ ବନଛୋର, ଉପସଭାପତି ଜୟଦେବ ଷାଣ୍ଢ, କୋଷଧ୍ୟକ୍ଷ ବଦନ ହଂସ, ସହ ସମ୍ପାଦକ ନୀଳାମ୍ବର ସଗରିଆ, କଣ୍ଟାବାଞ୍ଜି ସାମ୍ବାଦିକ ସଂଘର ସହ ସମ୍ପାଦକ ହୁଲେଶ୍ୱର ହଂସ, ପଞ୍ଚାୟତ ସଭାପତି ଗିରିଧାରୀ ହଂସ, ସୁବାସିଂ ଆଡ଼ଯୁଆଡ଼, ହେମପତି ଛତ୍ରିଆ, ଯୁଗେଶ୍ୱର ସଗରିଆ, ବ୍ରଜ ମାହାର, ନିରାକାର ବାଗ, ରାଜୁ ବାଗ, ଜୟମନ ବାଗ, ସତ୍ୟ ଘିଭେଲା, ହଳଧର ନିଆଲ, କୁଳମଣି କାଣ୍ଡ, କାର୍ତ୍ତିକ ବନଛୋର, ବାୟାପନ ସଗରିଆ, ବାଲକୃଷ୍ଣ ବନଛୋର, କପିଳ ବଚ୍ଛା, କିଶୋର ଟାହାଣୀ, ପୂର୍ବତନ ଖଗସା ସରପଞ୍ଚ ସୁଦର୍ଶନ କଟା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଯାଦବ ମାନଙ୍କୁ ସବୁ କ୍ଷେତ୍ରରେ ସାମ୍ବିଧାନିକ ଅଧିକାର ପାଇଁ ଆଗାମୀ ଦିନରେ ଲଢେଇ ଜାରି ରହିବ ବୋଲି ଅତିଥି ମାନେ ଆହ୍ୱାନ ଦେଇଥିଲେ । ଯାଦବ ମାନଙ୍କ ସଂରକ୍ଷଣ ଦେବା ପାଇଁ ଦାବି କରାଯାଇଥିଲା । ଶିକ୍ଷା କ୍ଷେତ୍ରରେ ସମସ୍ତେ ଆଗେଇ ଆସିବା, ନିଶା ମୁକ୍ତ ହେବା ପାଇଁ ଆହ୍ୱାନ କରାଯାଇଥିଲା । ସଭାରେ ନୁଆଁଖାଇ ସାରିବା ପରେ ଜୁହାର ଭେଟ ହୋଇଥିଲେ । ଯାଦବ ସମାଜ ଯୁବନେତା ତେଜୁରାମ ବାଗ ମଞ୍ଚ ପରିଚାଳନା କରିଥିଲେ । ଝରଣୀ ପଞ୍ଚାୟତ ସଭାପତି ଭୀଷ୍ମଦେବ ବଚ୍ଛା, ଉପସଭାପତି ପ୍ରେମ ଛତ୍ରିଆ, ସମ୍ପାଦକ ମନୋଜ ହଂସ, ସହ ସମ୍ପାଦକ ପୀତବାସ ବନଛୋର, କୋଷାଧ୍ୟକ୍ଷ ପ୍ରମାନନ୍ଦ କେତକୀ, ଉପଦେଷ୍ଟା ନରେନ୍ଦ୍ର ବଚ୍ଛା, ଚପରାଶି ଦେବରାଜ ବଚ୍ଛା ପ୍ରମୁଖଙ୍କ ସହ ଝରଣୀ ପଞ୍ଚାୟତର ଯାଦବ ସମାଜର ସମସ୍ତେ ସହଯୋଗ କରିଥିଲେ । ଏଥିରେ ତୁରେକେଲା, ବଙ୍ଗୋମୁଣ୍ଡା, କଣ୍ଟାବାଞ୍ଜି, ମୁରିବାହାଲ ଅଞ୍ଚଳର ଯାଦବ ଭାଇଭଉଣୀ ମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.