oom

ପଦ୍ମପୁର ରାଜବୋଡାମ୍ବର ଉପଖଣ୍ଡ ସ୍ତରୀୟ ଯାଦବ ସାଂସ୍କୃତିକ ସମାଜର କାର୍ଯ୍ୟକାରୀ ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ବିନ୍ଧ୍ୟବାସିନୀ କଲ୍ୟାଣ ମଣ୍ଡପ ଠାରେ ପ୍ରଥମେ ମାଁ ସମଲେଶ୍ୱରୀଙ୍କ ପୂଜା କରାଯାଇଥିଲା । ପଦ୍ମପୁର ଉପଖଣ୍ଡ ସଭାପତି କେଶବ ଚନ୍ଦ୍ର ଜାଲଙ୍କ ନେତୃତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅଖିଳ ଭାରତୀୟ ଯାଦବ ମହାସଭାର ତିନୋଟି ଯୋଜନାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ସଭାପତି କହିଥିଲେ । ଉପଖଣ୍ଡ ପ୍ରତ୍ୟେକ ବ୍ଲକ ଏବଂ ଏନ୍‌ଏସିରେ ନୂତନ ପୁର୍ଣ୍ଣାଙ୍ଗ କମିଟି କରିବା ସହିତ, ସେବାକାର୍ଯ୍ୟ, ଶିକ୍ଷା, ସଂସ୍କାର, ଆର୍ଥୀକ, ରାଜନୈତିକ ସମସ୍ତ କାର୍ଯ୍ୟକୁ ଗୁରୁତ୍ୱ ଦେବାପାଇଁ ଆଲୋଚନା କରାଯାଇଛି ଏବଂ ଆମ ପଶ୍ଚିମ ଓଡିଶାର ମୁଖ୍ୟ ପର୍ବ ଉପଖଣ୍ଡର ନୂଆଖାଇ ଭେଟ୍‌ଘାଟ୍‌ କରିପାଇଁ ସ୍ଥିର କରାଯାଇଛି । ପରିଚୟ କରିଥିଲେ ସଂପାଦକ ଓମ୍‌ପ୍ରକାଶ ଭୋଇ ସହ ସଂପାଦକ ବିଜୟ କାଣ୍ଡ, ସୁବାଷ ହଂସ, ଉପସଭାପତି ଦେବାର୍ଚନ ବାଗ, ଲକ୍ଷ୍ମଣ ଜୁଆଡି, ମହିଳା ସଭିନେତ୍ରୀ କନକ ବାଗ, ଉର୍ବସୀ ପୋଢ, ସେବା ପ୍ରମୁଖ କଂଗ୍ରେସ ହଂସ, ସମ୍ବାଦ ଦାତା ପ୍ରମୁଖ ସରତ ବାଗ କୋଷାଧ୍ୟକ୍ଷ ପ୍ରକାଶ ବାଗ, କାର୍ଯ୍ୟ କାରିଣୀ କମିଟି ପରକ୍ଷିତ ବନଛୋର, ବସନ୍ତ ଥପା, ସନ୍ତୋଷ ବାଗ, ଦିବ୍ୟ କିଶୋର ହଂସ, ଝାରବନ୍ଧ ବ୍ଲକ ସଭାପତି ଧୃବ ଚରଣ ହାତୀ, ପାଇକମାଲ ବ୍ଲକ ସଭାପତି ଟିକେଲାଲ ମାହାର, ପଦ୍ମପୁର ବ୍ଲକ ପ୍ରତିନଧି ନିଳାଦ୍ରୀ ମହାକୁର, ପଦ୍ମପୁର ଏନ୍‌ଏସି ସଭାପତି ଗଙ୍ଗାଧର ଚିରଗୁନ, ଉପସଭାପତି ସୁଦର୍ଶନ ଗୌଉଡ, ସଂପାଦକ ଗଣପତି ବଗର୍ତ୍ତି, ଗାଇସିଲେଟ ବ୍ଲକ ସଭାପତି ସପ୍ତସିନ୍ଧୁ ବଗର୍ତ୍ତୀ, ସଂପାଦକ ଛେଲିଆ ପୋଢ, ସୋହେଲା ବ୍ଲକ ବିଜୟ କାଣ୍ଡ ଏବଂ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଜିଲ୍ଲା ସଭାପତି ରାଜୁ ଘିବେଲା, ସମ୍ମାନିତ ଅତିଥି ଜିଲ୍ଲା ଆଇନ ପରାମର୍ଶ ପ୍ରମୁଖ ଅମୃତ ଲାଲ ବନଛୋର ଥିଲେ ଏବଂ ଜିଲ୍ଲା କୋଷାଧ୍ୟକ୍ଷ ମହନ ବନଛୋର ଧନ୍ୟବାଦ ଦେଇଥିଲେ ସଭାପତି ସଭାକୁ ସାଙ୍ଗ କରିଥିଲେ ।

jittmm
Leave A Reply

Your email address will not be published.