oom

ଯାଦବ ସମାଜର ନୁଆଁଖାଇ ଭେଟଘାଟ : ସର୍ବେଶ୍ୱର ଭୋଇଙ୍କ ଗୀତରେ ଦୁଲୁକିଲା ଯାଦବ ଭବନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବଲାଙ୍ଗିର ଯାଦବ ଭବନ ଠାରେ ପୌରାଞ୍ଚଳ ଯାଦବ ମହାସଭା ତରଫରୁ ପଶ୍ଚିମାଞ୍ଚଳର ଗଣପର୍ବ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଅଛି । ପଶ୍ଚିମାଞ୍ଚଳର ଗଣପର୍ବ ନୁଆଁଖାଇ ପରେ ଭେଟଘାଟ କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ଯାଦବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ପଶ୍ଚିମାଞ୍ଚଳର ପରୁହା ଦେବୀ ମାଁ ସମଲେଶ୍ୱରୀ, ମାଁ ପାଟଣେଶ୍ୱରୀ ଓ ଯଦୁପତି ଶ୍ରୀକୃଷ୍ଣଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ତା’ ପରେ ଅତିଥି ପରିଚୟ ପରେ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ଯାଦବ ସମାଜର ବିଭିନ୍ନ ପଦ ପଦବୀରେ ରହି ଅନେକ ସଂଗଠନ ମୂଳକ କାମ ପାଇଁ ଓ ଚଳିତ ବର୍ଷ ମେଧାବୀ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବାରୁ ସେମାନଙ୍କୁ ସମ୍ମାନ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା । ପଶ୍ଚିମ ଓଡିଶାର ଗର୍ବ ଓ ଗୌରବ କଣ୍ଠଶିଳ୍ପୀ ସର୍ବେଶ୍ୱରଙ୍କର ସୁ ମଧୁର ଗୀତରେ ସାରା ଯାଦବ ସମାଜ ଝୁମିଥିଲେ । ସମସ୍ତ ଯାଦବ ଭାଇ ଭଉଣୀମାନଙ୍କୁ ଯେପରି ନୁଆଁଖାଇ ରୀତିନୀତି ଅନୁସାରେ ପିଠାମଡା ଓ ନୁଆଁ ଚୁରାକୁଣା ବା ନବାନ୍ନ ଭକ୍ଷଣ ପାଇଁ ଦିଆଯାଇଥିବା ବେଳେ ପରବର୍ତ୍ତୀ ସମୟରେ ସମସ୍ତେ ନାଚିଗାଇ ରୀତିନୀତିରେ ନୁଆଁଖାଇ ଭେଟଘାଟକୁ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ତହସିଲଦାର ମଗବାନ ବାଗ, ସମ୍ମାନିତ ଅତିଥି ଭାବେ କଣ୍ଠଶିଳ୍ପୀ ସର୍ବେଶ୍ୱର ଭୋଇ, ମୁଖ୍ୟବକ୍ତା ଭାବେ ପୌରାଞ୍ଚଳ ସଭାପତି ଛବିଳ ବଗର୍ତ୍ତି ଯୋଗ ଦେଇଥିବା ବେଳେ ପଙ୍କଜ ସେଲମାଙ୍କ ସଭାପତିତ୍ୱରେ ସଭା ପରିଚାଳନା ବିନୋଦ କୁମାର କାଲସାଏ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଦିପ ସେଲମା । ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଶୁୁଭ୍ରାଂଶୁ ନାଗ, ପ୍ରଶାନ୍ତ ମହାକୁର । ଐଶ୍ୱର୍ଯ୍ୟ ପୋଡ, ପଙ୍କଜିନି ପୋଡ ମାନପତ୍ର ପଠନ କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିରେନ୍ଦ୍ର ପାଣ୍ଡେ ପରିଚାଳନା କରିଥିଲେ । ବାସୁଦେବ ନାଗ, ଖରତମଲ ରାଉତ, ଅଷ୍ଟିମୀ ବଗର୍ତ୍ତି, ଅରକ୍ଷିତ ଯୁଏଡ, ଟୁନା ନାଗ, ଶଙ୍କର ପୋଡ, ଜୟଦେବ ଜାଲ, ଘାସିରାମ ଦୀପ, ଆକୁଲ ବଗର୍ତ୍ତି, ବିରେନ୍ଦ୍ର ବନଛୋର, ଦିଲିପ ଖର୍ସେଲ, ବାଦଲ ମହାକୁର, ସଞ୍ଜିବ ବାଗ, ବରୁଣ କୁମାର ହେର୍ଣ୍ଣା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.