ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଯାଦବ ସମାଜ ତରଫରୁ ସ୍ଥାନୀୟ ସର୍କିଟ ହାଉସ ଠାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ଦାବୀପତ୍ର ପ୍ରଦାନ ସହ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ସଭାପତି ପଙ୍କଜ ସେଲମାଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ୍ ଜିଲ୍ଲା-ମୁଖ୍ୟ ଉପଦେଷ୍ଟା ଛବିଳ ବଗର୍ତ୍ତି, ଦୁତିବାହନ ଚନ୍ଦନ, ପୌରାଂଚଳ ସହସମ୍ପାଦକ ଅଷ୍ଟମୀ ବଗର୍ତ୍ତି ଓ ପ୍ରଶାନ୍ତ ମହାକୁର ଏକ ୪ ଦଫା ଦାବୀପତ୍ର ପ୍ରଦାନ କରିଥିଲେ । ବଲାଙ୍ଗିର-ଖୋର୍ଦ୍ଧା ରୋଡ ରେଳପଥକୁ ଶୀଘ୍ର ସମାପ୍ତ କରିବା, ବଲାଙ୍ଗିର – ପ୍ରୟାଗରାଜ ବନାରସକୁ ଟ୍ରେନ ଚଳାଇବା, ଏକ ସ୍ୱତନ୍ତ୍ର ଟ୍ରେନ ବିଛୁପାଲିରୁ ବିଶାଖାପାଟଣାମ୍ ପର୍ୟ୍ୟନ୍ତ ଚଳାଇବା, ବଲାଙ୍ଗିର ରେଳ ଷ୍ଟେସନକୁ ଆଧୁନୀକରଣ ଓ ଏକୋ ଫ୍ରେଣ୍ଡଲି ଷ୍ଟେସନ ଇତ୍ୟାଦି ପ୍ରସ୍ତାବ ଦାବୀପତ୍ରରେ ସୂଚିତ କରାଯାଇଛି ।