oom

ଅସହାୟ ଶିଶୁଙ୍କ ପ୍ରତି ହାତ ବଢାଇଲେ ଯାଦବ ସମାଜ

jsmm

ଟିଟିଲାଗଡ, (ଗୌରବ ଦର୍ଜୀ) : ବଙ୍ଗୋମୁଣ୍ଡା ବ୍ଲକ୍ ଅଲଣ୍ଡା ପଞ୍ଚାୟତ ନୂଆପଡ଼ା ଗାଁର ପ୍ରତିମା ବାଗ୍ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ସ୍ୱାମୀ ୭ ବର୍ଷ ହେଲା ଦାଦନ ଯାଇ ଫେରି ନାହାନ୍ତି । ତାଙ୍କର ଦୁଇ ପୁଅ କୈଳାସ ଓ କରନ ଅସହାୟ ହୋଇ ପଡିଛନ୍ତି । ଆଜି ଜିଲ୍ଲା ଯାଦବ ମହାସଭା, ବଲାଙ୍ଗିରର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ସଂଯୋଜକ ମନୋଜ କୁମାର ହାତୀଙ୍କ ନେତୃତ୍ୱରେ ଏଭଳି ଏକ ଅସହାୟ ପରିବାରକୁ ଜିଲ୍ଲା ଯାଦବ ମହାସଭା ସହଯୋଗର ହାତ ବଢ଼ାଇବା ସହିତ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ଦାବୀ କରିଥିଲେ । ଏଥିରେ ଜିଲ୍ଲା ଯାଦବ ମହାସଭା ସଭାପତି ପରମାନନ୍ଦ ହାତୀ, ଜିଲ୍ଲା ସଂଯୋଜକ ମନୋଜ କୁମାର ହାତୀ, ରାଜ୍ୟ ଛାତ୍ର ଶାଖା ସାଧାରଣ ସମ୍ପାଦକ ଦିନେଶ କୁମାର ନାଗ, ବଙ୍ଗୋମୁଣ୍ଡା ବ୍ଲକ୍ ସଭାପତି ରାଧେଶ୍ୟାମ କେତକୀ, ବ୍ଲକ୍ ଯୁବ ଯାଦବ ସଭାପତି ଘନଶ୍ୟାମ ମନହିରା, ଗାନ୍ଧୀ ବଗର୍ତ୍ତି, ପକ୍ଷୀରାଜ ବଗର୍ତ୍ତି, ବଂଶୀଧର ହଂସ, ଗୁରୁଚରଣ ଠେଲା, ଧର୍ମୁ ହଂସ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.