ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା

ଭୁବନେଶ୍ୱର : ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା । ଗୋଟିଏ ଦିନରେ ତାପମାତ୍ରା ୨ରୁ ୪.୬ ଡିଗ୍ରୀ ଖସିଛି । ରବିବାର ରାତିରେ କନ୍ଧମାଳର ଜି. ଉଦୟଗିରିରେ ତାପମାତ୍ରା ୫ ଡିଗ୍ରୀକୁ ଖସି ଆସିଛି । ଯାହା ଶନିବାର ରାତିରେ ଥିଲା ୭ ଡିଗ୍ରୀ । ସେହିପରି କୋରାପୁଟ ଜିଲ୍ଲାର ସେମିଳିଗୁଡାରେ ରାତିରେ ତାପମାତ୍ରା ୭ ଡିଗ୍ରୀ ରହିଛି । ଯାହା ଦିନକ ପୂର୍ବରୁ ୧୧.୬ ଡିଗ୍ରୀ ଥିଲା । ଅର୍ଥାତ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ୨ ଡିଗ୍ରୀରୁ ୪.୬ ଡିଗ୍ରୀକୁ ଖସି ଆସିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୧୧ଟି ସ୍ଥାନରେ ରାତ୍ରିକାଳୀନ ତାପମାତ୍ରା ୧୦ ଡିଗ୍ରୀରୁ କମ୍ ରେକର୍ଡ ହୋଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ କହିଛନ୍ତି, ଉତ୍ତର ଭାରତ ପଟୁ କାଲୁଆ ପବନ ପ୍ରବାହିତ ହେଉଛି । ଏହି କାରଣରୁ ରାଜ୍ୟରେ ପାରଦ ଖସୁଛି । ଏଭଳି ସ୍ଥିତି ଆହୁରି ୩-୪ ଦିନ ଯାଏ ଜାରି ରହିବ । ଏହାପରେ ପୁଣିଥରେ ତାପମାତ୍ରା ବଢିପାରେ ।

Leave A Reply

Your email address will not be published.