
କେସିଙ୍ଗା, (ପ୍ରୀତେଶ ପଟେଲ) : ଓଡିଶା ସାରା ମଦ ଦୋକାନ ଉପରେ ଚଢାଉ ଓ ପୋଲିସ କାର୍ଯ୍ୟାନୁଷ୍ଠାନ ମଧ୍ୟ ଜୋରସୋରରେ ଚାଲିଛି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହରରେ କିଛି ଦିନ ତଳେ ୱାର୍ଡ ନମ୍ବର ୮ରେ ମଦ କୋଠି ବନ୍ଦ ନେଇ ଜୋରଦାର ବିରୋଧ ଦେଖିବାକୁ ମିଳିଛି ଓ କାଲି କେସିଙ୍ଗା ପୋଲିସ କେସିଙ୍ଗା ବ୍ଲକ ହାତୀଖୋଜ ପଞ୍ଚାୟତର ସିଙ୍ଗାରିବାହାଲ ଗ୍ରାମର ପ୍ରହଲ୍ଲାଦ ଖମାରି ବୟସ ୪୨ଙ୍କ ଦୋକାନରୁ ୧୬ ଲିଟର ବିଦେଶୀ ଓ ୩ ଲିଟର ଦେଶୀ ପାଉଚ ଜବତ କରି ଛନ୍ତି । କେସିଙ୍ଗା ପୋଲିସ ତରଫରୁ ୩୧୩/୨୫ କେଶ ମଧ୍ୟ ରୁଜୁ କରାଯାଇଛି । ମଦ ଦୋକାନୀମାନଙ୍କୁ ଏବେ ପୋଲିସ ଡର ଲାଗିଲା ନି ?