ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଟାଉନ ପୋଲିସ ହାତରେ ଗଞ୍ଜେଇ ଭର୍ତ୍ତି କାର୍ ଜବତ । କାର୍ ଭିତରେ ସିକ୍ରେଟ୍ ଚେମ୍ବର । ଆଉ ସିକ୍ରେଟ୍ ଚେମ୍ବର ଭିତରେ ଗଦା ଗଦା ଗଞ୍ଜେଇ । ଏମିତି କିଛି ଦେଖିବାକୁ ମିଳିଛି ବଲାଙ୍ଗିର ସହର ଭିତରେ । ବଲାଙ୍ଗିର ଟାଉନ ପୋଲିସ ସହରର ଟିଟିଲାଗଡ଼ ରାସ୍ତାରେ ଥିବା ସ୍ମାର୍ଟ ପାର୍କ ନିକଟରେ ଗଞ୍ଜେଇ ଭର୍ତ୍ତି କାର୍କୁ ଜବତ କରିଛି । ଜବତ କାର୍ଟି ଛତିଶଗଡ଼ ଅଂଚଳର ହୋଇଥିବା ବେଳେ ପୋଲିସ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ମାଷ୍ଟର ମାଇଣ୍ଡ ଗିରଫ ଦୁଇ ଜଣଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ କାରଣ, ଆପଣମାନେ ଅନେକ ସମୟରେ ଦେଖିଥିବେ ଯେ, କାର୍ର ପଛ ପଟେ ଗୁଡ଼ାଏ ସିକ୍ରେଟ ଚେମ୍ବର ଥାଏ, କିନ୍ତୁ ଏଠି କାର୍ର ଯେଉଁ ଡ଼ିସ୍ପ୍ଲେ ବୋଡର଼୍ ଅଛି, ସେହି ଭିତରେ ଗଞ୍ଜେଇ ପେକେଟ୍ ପେକେଟ୍ କରି ଭର୍ତ୍ତି ହୋଇକି ଅଛି । ପୋଲିସ ଉପଯୁକ୍ତ ବୁଦ୍ଧି ଖଟାଇ କାର୍କୁ ଅଟକାଇ ଗଞ୍ଜେଇ ଧରିବାରେ ସଫଳ ହୋଇଥିବା ବେଳେ କାର୍ଟି କ୍ରେଟା କମ୍ପାନୀର ହୋଇଥିବା ବେଳେ ସିଜି୦୪ଏଲ୍ୟୁ-୦୦୧୧ ନମ୍ବର ବିଶିଷ୍ଟ ବୋଲି ସୂଚନା ରହିଛି । ବଲାଙ୍ଗିର ଟାଉନ ପୋଲିସ ଟିମ୍ ଘଟଣା ସ୍ଥଳରେ ଅଧିକ ତଦନ୍ତ ଜାରି ରଖିଥିବା ନେଇ ବଡ଼ ସୂଚନା ରହିଛି ।