ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ରେଳ ଷ୍ଟେସନରୁ ବିପୁଳ ପରିମାଣର କଫସିରଫ ଜବତ । ଟ୍ରେନ୍ ଯୋଗେ ଦୁଇଟି ବଡ଼ ବଡ଼ ବ୍ୟାଗରେ ଚାଲାଣ ବେଳେ ଧରିଲା ରେଲୱେ ପୋଲିସ । ବଲାଙ୍ଗିର ରେଲୱେ ଷ୍ଟେସନର ୨ନଂ ପ୍ଲାଟଫର୍ମରେ ବେଆଇନ ଭାବେ ଲକ୍ଷାଧିକ ଟଙ୍କାର କଫସିରଫ ଚାଲାଣ ପାଇଁ ଯୋଜନା ହେଉଥିବା ବେଳେ ପୋଲିସ ଧରିଥିଲା । ଏନେଇ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଗିରଫ ଅଭିଯୁକ୍ତର ନାଁ ରାଜା ଓରଫ ଧବଳେଶ୍ଵର ଜେନା । ବଲାଙ୍ଗିର ସହରର ବରପାଲିପଡାରେ ଅଭିଯୁକ୍ତର ଘର । କୁଖ୍ୟାତ କଫ ସିରଫ ମାଫିଆ ରାଜା ପୂର୍ବରୁ ଅନେକ ଥର ଧରାପଡି ଜେଲ ଯାଇ ଜାମିନ ରହିଛି । ୨୪ଟି ପେଟିରେ ୯ଶହ ବୋତଲ କଫସିରଫ ରହିଥିବା ଜଣାପଡ଼ିଛି । ଜବତ କଫସିରଫର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ତେବେ ଟ୍ରେନ୍ ଯୋଗେ କେଉଁଠିକୁ କଫସିରଫ ଚାଲାଣ କରୁଥିଲା ରାଜା ତାହାକୁ ନେଇ ରେଲୱେ ପୋଲିସ ତଦନ୍ତ ଜାରି ରଖିଛି ।