ଗୁଳି କରି ବ୍ୟବସାୟୀଙ୍କ ହୀରା ଅଳଙ୍କାର ଲୁଟ୍ ଘଟଣାରେ ଆଉ ୪ ଜଣ ଅଭିଯୁକ୍ତ ଗିରଫ : ପିସ୍ତଲ ଜବତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ଅଗଷ୍ଟ ୫ ତାରିଖରେ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ୫ଲାଇନରେ ବ୍ୟବସାୟୀ ବାଳକୃଷ୍ଣ ଆଚାରୀ ଓରଫ ରୁନା ଓ ଶଳା ସୁନୀଲ ସାହୁଙ୍କୁ ଗୁଳି କରି ହୀରା ଅଳଙ୍କାର ଲୁଟ୍ ହୋଇଥିଲା । ଏହି ଘଟଣାରେ ପୁଲିସ ଆଉ ୪ ଅଭିଯୁକ୍ତକୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଭୁବନେଶ୍ୱରର ୩ଜଣ ଓ ଜଣେ ବ୍ରହ୍ମପୁରର ରହିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତଙ୍କଠାରୁ ପୋଲିସ ଗୋଟିଏ ପିସ୍ତଲ, ବୁଲେଟ ଗାଡ଼ି ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ପୂର୍ବରୁ ହୀରା ବିକ୍ରି କରିବାକୁ ମଧ୍ୟସ୍ଥି ଭୂମିକା ତୁଲାଇଥିବା ମଳୟ ଉପାଧ୍ୟାୟ, ଖଣ୍ଡଗିରି ଅଞ୍ଚଳର ସରୋଜ କୁମାର ମହାନ୍ତି, ଶେଖ୍ ରାଜୁ, ସାହିଲ ଖାନ୍‌ଙ୍କୁ ପ୍ରମୁଖ ୪ ଜଣଙ୍କୁ ପୋଲିସ ଗିରଫ କରିଛି । ଘଟଣା ପରେ ଅଭିଯୁକ୍ତମାନେ ରାଜ୍ୟ ବାହାରକୁ ଚାଲିଯାଇଥିଲେ । ସେମାନଙ୍କୁ ପୁଲିସ ରାଜ୍ୟ ବାହାରୁ ଗିରଫ କରିଥିବା ଜଣାପଡ଼ିଛି । ଏହି ମାମଲାରେ ଗିରଫ ସଂଖ୍ୟା ୮କୁ ବୃଦ୍ଧି ହୋଇଛି । ବର୍ତ୍ତମାନ ଏହି ଘଟଣା ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ବାବା ଶଙ୍କର ସରଫ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.