
ରାମପୁର : ରାମପୁର – ବିନିକା ରାସ୍ତା ବିଶାଲପାଲି ଛକରେ ବିନିକା ଅବକାରୀ ବିଭାଗ ଚଢ଼ଉ କରି ୪୨ ଲିଟର ମଦ ଜବତ ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ଡୁଙ୍ଗୁରିପାଲି ବ୍ଳକ୍ ବେହେରାମାଲ ଗ୍ରାମର ମଦନମୋହନ ସାହୁ ଓ ବିନିକା ଥାନା ପାପି ଗ୍ରାମର ବଳିଷ୍ଠ ପୁଟା । ସୂଚନା ଅନୁଯାୟୀ, ବିନିକା ଅବକାରୀ ବିଭାଗ ଉକ୍ତ ରାସ୍ତାରେ ଚଢ଼ଉ ଜାରି ରଖିଥିଲା । ବିନିକା ପଟରୁ ଏକ ବାଇକ୍ରେ ଆସୁଥିବା ବେଳେ ଅବକାରୀ ବିଭାଗ ତାଙ୍କୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ସେଠାରୁ ୩୦ ଲିଟର ରନ୍ଧାମଦ ବାହରିଥିଲା । ସେହିପରି ଗତକାଲି ସନ୍ଧ୍ୟାରେ ବିନିକା ଥାନା ପାପି ଗ୍ରାମରୁ ୧୨ ଲିଟର ମଦ ଜବତ କରିଥିଲା । ପରେ ବିଭାଗ ଅଭିଯୁକ୍ତ ଦ୍ଵୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ପ୍ରକାଶ ପାଇଛି । ଚଢ଼ଉରେ ବଲବିର ଗଡନାୟକ, ଡୋଲାମଣି ପଧାନ, ଭାଗ୍ୟବାନ କୁମ୍ଭାର, ସୀତାରାମ ପଧାନ, ଗୋପାଳ ଝାଙ୍କର, ପିଂଟୁ ସାହୁ, ରିଙ୍କି ସେଠ ପ୍ରମୁଖ ସାମିଲ ଥିଲେ ।