jayashree

ପେଟ୍ରୋଲିଙ୍ଗ ବେଳେ ଅବକାରୀ ବିଭାଗ ଦ୍ୱାରା କଫ ସିରଫ ଜବତ : ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲାପାଳ ତଥା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ କଂଟାବାଂଜି, ବଙ୍ଗୋମୁଣ୍ଡା, ଟିଟିଲାଗଡ ଓ ପାଟଣାଗଡ ଅବକାରୀ ଥାନା ଦ୍ୱାରା ପେଟ୍ରୋଲିଙ୍ଗ ବେଳେ ଶୁକ୍ରବାର ଦିନ ପୂର୍ବାହ୍ନରେ କଂଟାବାଂଜି ବସଷ୍ଟାଣ୍ଡ ନିକଟରୁ ୯ ଲିଟର ୫୦୦ ମିଲିଲିଟର (୯୫ଟି ବୋତଲ) କଫ୍‌ ସିରଫ(ଏସକଫ୍‌) ଜବତ କରାଯାଇଛି । ଅବକାରୀ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, କଂଟାବାଂଜି ନୂଆପଡା ବାସିନ୍ଦା ବିଷ୍ଣୁ ହାତି(୨୭) ବେଆଇନ ଭାବେ କଫ୍‌ ସିରଫକୁ ଅନ୍ୟତ୍ର ଚାଲାଣ କରିବା ପାଇଁ ନେଉଥିବା ବେଳେ ସନେହରେ ତାକୁ ବସଷ୍ଟାଣ୍ଡ ନିକଟରେ ହିଁ ଧରିଥିଲେ । ଯାଂଚ ବେଳେ ଉକ୍ତ କଫ ସିରଫ୍‌ ମିଳିଥିଲା । କଂଟାବାଂଜି ଅବକାରୀ ଥାନା କେସ ନଂ. ୪୩/୪.୧୧.୨୦୨୨ ମାମଲା ରୁଜୁ କରି ଅଭିଯୁକ୍ତକୁ ସ୍ଥାନୀୟ କୋର୍ଟ ଚାଲାଣ ପରେ ଜାମିନ ନ ମିଳିବାରୁ ସ୍ଥାନୀୟ ସବ୍‌ଜେଲକୁ ପଠାଇ ଦିଆଯାଇଛି । ପେଟ୍ରୋଲିଙ୍ଗ ସମୟରେ କଂଟାବାଂଜି ଅବକାରୀ ଇନ୍ସପେକ୍ଟର ସତ୍ୟନାରାୟଣ ଦାସ, କଂଟାବାଂଜି ଅବକାରୀ ଥାନା ଅଧିକାରୀ ବଳରାମ ପଧାନ, ବଙ୍ଗୋମୁଣ୍ଡା ଅବକାରୀ ଥାନା ଅଧିକାରୀ ଦୟାନିଧି ବାରିକ, ଟିଟିଲାଗଡ ଅବକାରୀ ଥାନା ଅଧିକାରୀ ମଲୟ ପଧାନ, ପାଟଣାଗଡ ଅବକାରୀ ଥାନା ଅଧିକାରୀ ବାଲୁ ସେଠି, କନେଷ୍ଟବୁଲ ଦେବାର୍ଚ୍ଚନ ଭୋଇ, ମମତା ବେହେରା, ସତ୍ୟ ବେହେରା, ସୁରେସ ଭୋଇ, ହୁଲେଶ୍ୱର କୁମୁରା, କୁମୁଦିନି ମଲ୍ଲିକ, ମୋତିଲାଲ ସାହୁ, ଗୁଣନିଧି ମାଝି ସାମିଲ ଥିଲେ ।

Leave A Reply

Your email address will not be published.