om academy

ନକଲି ନୋଟ୍ ଜବତ : ୧ ଗିରଫ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୧୭ରୁ ୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ୍ ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଘଟଣାସ୍ଥଳରୁ ଏକ ଲାପଟପ୍, ଗୋଟିଏ କଲର ପ୍ରିଣ୍ଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ଏହି ଘଟଣାରେ ଜଣେ ଆନ୍ତଃରାଜ୍ୟ ଅପରାଧୀଙ୍କୁ ଗିରଫ କରିଛି ଏସଟିଏଫ୍ । ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ଦିଲ୍ଲୀ ବଦରପୁର ଥାନା ଅନ୍ତର୍ଗତ ମୋଲାରବନ୍ଦ ଅଞ୍ଚଳର ଏସକେ ଅହମ୍ମଦ । ସେ ଏବେ ରାଉରକେଲା ସେକ୍ଟର ୧୭ରେ ରହୁଥିଲେ । ପ୍ରକାଶ ଥାଉକି, ଏହା ପୂର୍ବରୁ ଜୁଲାଇ ମାସରେ ୨୯ ଲକ୍ଷ ୪୧ ହଜାର ନକଲି ନୋଟ୍ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲା ଏସଟିଏଫ୍ ।

Leave A Reply

Your email address will not be published.