om academy

ବ୍ୟାଟେରୀଗାଡ଼ି ସୋ-ରୁମରୁ ଗୁଟଖା ଜବତ

jsm

• ଜଣେ ଗିରଫ, ଅନ୍ୟଜଣେ ସହଯୋଗୀ ଫେରାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ଅଞ୍ଚଳର ବଡ଼ ବଜାର ଥାନା ଅନ୍ତର୍ଗତ ଫାଷ୍ଟ ଗେଟ -ଦିଗପହଣ୍ଡି ଯିବା ରାସ୍ତାରେ ଥିବା ବ୍ୟାଟେରୀ ଗାଡ଼ି ସୋ’ ରୁମରୁ ଗୁଟଖା ଜବତ ହୋଇଥିବା ଜଣାଯାଇଛି । ଘଟଣାରେ ଶନିବାର କାଳୁପାତ୍ର ସାହିର ଅରୁଣ ସାହୁଙ୍କୁ କୋର୍ଟ ଚାଲାଣ କରିଛି ବଡ ବଜାର ଥାନା ପୁଲିସ । ଗାଡ଼ି ସୋ-ରୁମ ଭିତରେ ବେଆଇନ ଗୁଟଖା ପ୍ରସ୍ତୁତ ହେଉଥିବ ଅନୁସନ୍ଧାନ କରି ପୁଲିସ ୧୭ଟି ବ୍ୟାଟେରୀ ଗାଡିକୁ ମଧ୍ୟ ଜବତ କରିଛି । ଲକ୍ଷାଧିକ ଟଙ୍କାର ପ୍ରସ୍ତୁତି ସାମଗ୍ରୀ, ୫ଲକ୍ଷ ଟଙ୍କାର ମେସିନ୍ ଓ ୩୨ବସ୍ତା ଗୁଟଖା ଜବତ ହୋଇଥିବା ଥାନା ଅଧିକାରୀ ପ୍ରଶାନ୍ତ ଭୂପତି କହିଛନ୍ତି । ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଜଣେ ଫେରାର ଥିବା ସହଯୋଗୀଙ୍କୁ ପୁଲିସ ଖୋଜୁଥିବା ଜଣାପଡିଛି

Leave A Reply

Your email address will not be published.