୬୮୦ ବୋତଲ କୋରେକ୍ସ ଜବତ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ବଢିବାରେ ଲାଗିଛି ବଲାଙ୍ଗିର ସହରରେ ନିଶା କାରବାର କଫ୍‌ ସିରଫ୍‌ ବେପାର । ପୋଲିସ ପକ୍ଷରୁ ତନାଘନା କାର୍ଯ୍ୟାନୁଷ୍ଠାନ ଜାରି ରହିଥିଲେ ମଧ୍ୟ ନିଶା କାରବାର ଥମିବାର ନାଁ ନେଉ ନାହିଁ । ଆଜି ଦୁଇଜଣ ବେଆଇନ୍‌ କଫ୍‌ ସିରଫ ବେପାରୀଙ୍କୁ କାବୁ କରିଛି ବଲାଙ୍ଗିର ପୋଲିସ । ସେମାନଙ୍କଠାରୁ ସମୁଦାୟ ୬୮୦ ବୋତଲ କୋରେକ୍ସ୍‌ ଜବତ ହୋଇଥିବା କୁହାଯାଇଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଏସ୍‌ଡିପିଓ ତୋଫାନ୍‌ ବାଗ୍‌ ।

ସୂଚନା ଅନୁସାରେ ଠିକାଦାରପଡାର ପ୍ରଶାନ୍ତ ବାରିକ୍‌(୩୪) ଏବଂ ବରପାଲି ପଡାର ମଣ୍ଟୁ ଜେନା(୨୧)କୁ ପୋଲିସ କାବୁ କରି ସେମାନଙ୍କଠାରୁ ବିପୁଳ ପରିମାଣରେ କଫ୍‌ ସିରଫ୍‌ ଓ ନଗଦ ଟଙ୍କା ଜବତ କରାଯାଇଛି । କେସ୍‌ ନଂ ୩୨୮/୨୨, ଦଫା ୨୭୪/୨୭୫ ଆଇପିସି ଅଧୀନରେ ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ କେସ୍‌ ନଂ ୩୨୯/୨୨, ଦଫା ୨୭୪/୨୭୫/୨୯୪/୩୫୩/୫୦୬ ଆଇପିସି ସହ ସମ୍ପୃକ୍ତି ଥିବା କୁହାଯାଇଛି ।

Leave A Reply

Your email address will not be published.