- ରେଙ୍ଗାଲ ଗଛ କାଟିବା ବାବଦ ପାଇଁ ନେଉଥିଲେ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ରେଞ୍ଜ ଗୁଲମୀ ଫରେଷ୍ଟର ଅଶୋକ କୁମାର ନାଏକ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ କାବୁ କରିଥିଲା ବଲାଙ୍ଗିର ଭିଜିଲାନ୍ସ ଟିମ । ସୂଚନା ମୁତାବକ କୌଶିକ କୁମାର ଭୋଇ ନାମକ ଜଣେ ବ୍ୟକ୍ତିଙ୍କଠାରୁ ରେଙ୍ଗାଲ ଗଛ କାଟିବା ପାଇଁ ଅନୁମତି ଦେବାରେ ୧୦ ହଜାର ଟଙ୍କା ଦାବି କରିଥିଲେ ଫରେଷ୍ଟର ଅଶୋକ କୁମାର ନାଏକ । ତେବେ ଏନେଇ କୌଶିକ ଭୋଇ, ବଲାଙ୍ଗିର ଭିଜିଲାନ୍ସଠାରେ ଅଭିଯୋଗ କରିଥିଲେ । ତେବେ ଅଭିଯୋଗ ପରେ ମଙ୍ଗଳବାର ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡିବସିଥିଲା ଭିଜିଲାନ୍ସ । ତାଙ୍କ ପାଖରୁ ଲାଞ୍ଚ ବାବଦ ୧୦ହଜାର ଟଙ୍କା ଓ ଫାଇନ ବାବଦକୁ ୨ହଜାର ଏପରି ମୋଟ ୧୨ହଜାର ଟଙ୍କା ଜବତ କରିଥିଲା । ତାଙ୍କୁ ଅଧିକ ତଦନ୍ତ ପାଇଁ ବଲାଙ୍ଗିର ଭିଜିଲାନ୍ସ ଅଫିସକୁ ନେବା ସହ ତାଙ୍କର ଘର ସମେତ ଅନ୍ୟାନ୍ୟ ସ୍ଥାନରେ ଚଢାଉ ଜାରି ରହିଛି । ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ ଯାଇଥିବା ଜଣାପଡିଛି । ଏହି ଚଢ଼ାଉରେ ବଲାଙ୍ଗିର, ସମ୍ବଲପୁର ଭିଜିଲାନ୍ସ ଟିମ ଚଢାଉ କରିଥିଲା ।