କଳାହାଣ୍ଡି କନ୍ଧମାଳ ସୀମାନ୍ତରେ ମାଓ କ୍ୟାମ୍ପ ଠାବ ବିପୁଳ ମାଓ ସାମଗ୍ରୀ ଜବତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି କନ୍ଧମାଳ ସୀମାନ୍ତରେ ଥିବା ମଦନପୁର ରାମପୁର ପୁଟ୍ରି ମହୁଲ ସଂରକ୍ଷିତ ଜଙ୍ଗଲରେ ଏକ ମାଓ କ୍ୟାମ୍ପ ଠାବ ହୋଇଥିବାବେଳେ, ସେଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଉଥିବା ସମ୍ପର୍କରେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୂଚନାମୁତାବକ, କଳାହାଣ୍ଡି କନ୍ଧମାଳ ଜିଲ୍ଲା ସୀମାନ୍ତରେ ଥିବା ମଦନପୁର ରାମପୁର ଥାନା ଅନ୍ତର୍ଗତ ପୁଟ୍ରି ମହୁଲ ସଂରକ୍ଷିତ ଜଙ୍ଗଲରେ ଏକ ସିପିଆଇ ମାଓ କ୍ୟାମ୍ପ ଥିବା ଗତ ୧୩ ତାରିଖ ଦିନ ପୋଲିସ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା । କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଅଭିଳାଷଜୀଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଓଜିର ୪ଟି ଟିମ ସେହି ଅଞ୍ଚଳରେ କୁମ୍ବିଙ୍ଗ ଅପରେସନ କରିଥିଲେ । ୧୪ ତାରିଖ ଦିନ ଉକ୍ତ ଜଙ୍ଗଲରେ ୧୦ରୁ ୧୨ ଜଣ ସଶସ୍ତ୍ର ମାଓବାଦୀଙ୍କ ସହ ଏସ୍‌ଓଜି ଯବାନ ମାନଙ୍କ ଆମନା ସାମ୍ନା ହୋଇଥିଲା । ପୋଲିସ ପକ୍ଷରୁ ଆତ୍ମ ସମର୍ପଣ କରିବାପାଇଁ ସେମାନଙ୍କୁ କୁହାଯାଇଥିଲା । କିନ୍ତୁ ମାଓବାଦୀ ମାନେ ଗୁଳି ଚାଳନା କରି ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ସେଠାରୁ ଖସିଯିବାକୁ ସଫଳ ହୋଇଥିଲେ । ସର୍ଚ୍ଚ ଅପ୍‌ରେସନ୍‌ ସମୟରେ ସେଠାରେ ଏକ ମାଓ କ୍ୟାମ୍ପକୁ ଯବାନ ମାନେ ଠାବ କରିବା ସହ ସେଠାରୁ ମାଓବାଦୀ ମାନେ ବ୍ୟବହାର କରୁଥିବା କିଟ ବ୍ୟାଗ, ଛତା, ଇଲେକ୍ଟ୍ରି ଡିଟୋନେଟର, ଇଲେକ୍ଟ୍ରିତାର, ଟାଙ୍ଗିଆ, ବେଲ୍ଟ,ଟର୍ଚ୍ଚ, ବାଲ୍ଟି, ଛୁରୀ, ବାଣ, ମାଓ ପୁସ୍ତକ ଏବଂ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରିଥିଲେ । ଏ ସମ୍ପର୍କରେ ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ ସୂଚନା ଦେଇଛନ୍ତି । ଏହାସହ ବର୍ତ୍ତମାନ ମଧ୍ୟ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.