om academy

୧୦ କେଜି ଗଞ୍ଜେଇ ଜବତ : ୧ ଗିରଫ

jsm

ଦାରିଙ୍ଗବାଡ଼ି : ୧୦ କେଜି ଗଞ୍ଜେଇ ଜବତ ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଦାରିଙ୍ଗବାଡ଼ି ଅବକାରୀ ଥାନା ପୋଲିସ । ଗିରଫ ବେପାରୀ ଜଣକ ହେଉଛି ଫିରିଙ୍ଗିଆ ଥାନା ବିଲୁପଦର ଗ୍ରାମର ମହେଶ୍ୱର ସାହାଣୀ(୪୮) । ଅବକାରୀ ଥାନା ଅଧିକାରୀ ଜଗବନ୍ଧୁ ଜାନି, ବିଶେଷସୂତ୍ରରୁ ଖବର ପାଇ ଡବେରି ଛକ ଠାରେ ଚଢ଼ଉ କରିଥିଲେ । ଚଢ଼ଉରେ ସ୍କୁଟି, ଗଞ୍ଜେଇ ଜବତ କରିବା ସହ ମହେଶ୍ୱରଙ୍କୁ ଗିରଫ କରିଥିଲେ । ଏନେଇ ମାମଲା ନମ୍ୱର ୧୧୯/୨୦୨୩-୨୪ ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଛି ।

Leave A Reply

Your email address will not be published.