ଗାଇସିଲେଟ୍ ତାଲପାଲିଠାରେ ୧୨୩ ଏମ୍‌ଏସ୍ ବୋତଲ ଜବତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ପଦ୍ମପୁର ଅବକାରୀ ବିଭାଗ ଗାଇସିଲେଟ ପୋଲିସ ଓ ବରଗଡ ତୋବାକୋ ଟିମଙ୍କୁ ନେଇ ମିଳିତ ଭାବରେ ଗୋଟେ ଟିମ୍‌ ଗଠନ କରାଯାଇଥିଲା । ତାଲପାଲି ବଜାର ମୁଖ୍ୟ ରାସ୍ତା ପାଖରେ ନିଶା ଦ୍ରବ୍ୟ ଭାବେ ଏମ୍‌ଏସ୍ ବୋତଲ ବିକ୍ରି ହେଉଥିବା ଖବର ପାଇ ସେଠାକୁ ଯାଇ ଅବକାରୀ ବିଭାଗ ଚଢ଼ାଉ କରି ମୋଟ ୧୨୩ ଏମ୍‌ଏସ୍ ବୋତଲ ଜବତ କରିଥିଲା । ଯିଏ ବିକ୍ରି କରୁଥିଲା ସେ ତାଲପାଲିର ଛବିଲ ସାହୁ ବୟସ (୩୮) ବୋଲି ଅବକାରୀ ବିଭାଗରୁ ସୂଚନା ମିଳିଛି ।

Leave A Reply

Your email address will not be published.