centurian jitm

ପଟ୍ଟା ବୋଝେଇ ପିକଅପ୍ ଭ୍ୟାନ ଜବତ : ୩ ଗିରଫ

nschool

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ଜର୍ଡା ରେଞ୍ଜ ମଯୁରଡ଼ିମା ସେକ୍ସନ ବିଂଜିଖୋଲଠାରେ ବନ ବିଭାଗ ପକ୍ଷରୁ ରାତି ପେଟ୍ରୋଲିଙ୍ଗ କରିବା ସମୟରେ ଏକ ପିକଅପ୍ ଭ୍ୟାନ ଓଡି ୨୩-୯୮୯୭ ନମ୍ବର ଗାଡିରେ ୩୦ ଖଣ୍ଡ ଶାଳ ଚୌଖାଟ ବୋଝେଇ ହୋଇ ଯାଉଥିବା ନେଇ ଗାଡିକୁ ଅଟକାଇ ଯାଞ୍ଚ କରିବା ସମୟରେ ଦେଖିବାକୁ ପାଇଥିଲେ । ଚୋରା ଚାଲାଣ କରୁଥିବା ୩ ଜଣ ଯୁବକକୁ ଗିରଫ କରିବା ସହ ସେମାନଙ୍କଠାରୁ ବ୍ୟବହାର ହେଉଥିବା ପିକଅପ୍ ଭ୍ୟାନ, ବାଇକ ଜବତ କରିବା ସହ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଗିରଫ ହୋଇଥିବା ଯୁବକ ମାନଙ୍କର ଘର ସୋଲ ପଞ୍ଚାୟତର ଅଧିନସ୍ଥ ଥିବା ଜଣାପଡ଼ିଛି । ଏହି ପେଟ୍ରୋଲିଂ ସମୟରେ ଜର୍ଡା ଫରେଷ୍ଟର କିଶୋର କୁମାର ଠାକୁର, ଫରେଷ୍ଟଗାର୍ଡ ମନେଶ କୁମାର ସାହୁ, ପିଣ୍ଟୁ ବେହେରା ପ୍ରମୁଖ ଚଢାଉରେ ସାମିଲ ଥିଲେ ।

Leave A Reply

Your email address will not be published.