ମାଛକୁଣ୍ଡ ପୋଲିସକୁ ମିଳିଲା ସଫଳତା : ବିପୁଳ ପରିମାଣର ଗଞ୍ଜେଇ ଜବତ୍‌

ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୋଲିସକୁ ମିଳିଲା ସଫଳତା । ୬୭ କେଜିର ଗଞ୍ଜେଇ ଜବତ୍‌ ସହ ଦୁଇ ଜଣଙ୍କୁ ଗିରଫ କଲା ପୋଲିସ । ଜବତ ଗଞ୍ଜେଇର ମୂଲ୍ୟ ୭ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।

ସୂଚନା ଅନୁଯାୟୀ ବିଶେଷ ସୁତ୍ରରୁ ଖବର ପାଇ ବାୟାପୁଟ ଗାଁ ନିକଟରେ ନାକାବନ୍ଦୀ କରିଥିଲା ପୋଲିସ । ଦ୍ରୁତ ଗତିରେ ଆସୁଥିବା ଏକ ଅଟୋକୁ ଅଟକାଇ ଯାଞ୍ଚ କରିଥିଲା । ଏହି ସମୟରେ ଗାଡିରୁ ୬୭ କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ୍‌ କରିଥିଲା ପୋଲିସ । ଯାହାର ମୂଲ୍ୟ ୭ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି । ଏହାସହିତ ଅଟୋରେ ଥିବା ୨ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ମନ୍ତ୍ରୀପୁଟ ଗାଁର ଜୟ ଖେମୁଣ୍ଡୁ ଏବଂ ଅଁଲାପୁଟ ଗାଁର ଡମ୍ବୁର ଖିଲ । ସେପଟେ ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ ଜେରା କରୁଛି ପୋଲିସ । ଜବତ ହୋଇଥିବା ଗଞ୍ଜେଇ କାହାଠୁ ଆଣିଲେ ଏବଂ କେଉଁ ସ୍ଥାନକୁ ବିକ୍ରି କରିବାକୁ ନେଉଥିଲେ, ଏହାସହିତ ଏହି କାରବାରରେ କିଏ କିଏ ସାମିଲ ଅଛନ୍ତି ସେନେଇ ଜେରା କରୁଛି ପୋଲିସ ।

Leave A Reply

Your email address will not be published.