ବୋଲେରୋରେ ଯାଉଥିବା ଶାଗୁଆନ ପଟାକୁ ସାଲେପଡା ଗାଁରେ ଜବତ କଲା ବନ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାଲେପଡା ଗାଁରେ ଡିଏଫ୍‌ଓଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଏକ ବୋଲେରୋ ପ୍ଲସ୍ ଗାଡି (ଓଆର୍‌ ୦୩ ଜେ ୧୦୯୪)ରେ ଯାଉଥିବା ୪୬ ଗୋଟି ଶାଗୁଆନ ପଟାକୁ ଜବତ କରାଯାଇଛି । ତେବେ ଏ ସଂପର୍କରେ ଡିଏଫ୍‌ଓ ନିତିଶ କୁମାର ଆଜି ସୂଚନା ଦେଇଛନ୍ତି । ଏହି ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ମଧ୍ୟ ବନ ବିଭାଗ ଗିରଫ କରିଛି । ଅଭିଯୁକ୍ତ ଜଣକ ଗୁଡିଘାଟ ଗାଁର ପୁରାଣ ମାଝୀ ବୋଲି ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.