ବ୍ରାଉନସୁଗାର ଜବତ, ଜଣେ ଗିରଫ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରୁ ବ୍ରାଉନସୁଗାର ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବ୍ରାଉନସୁଗାର କାରବାରରେ କାମାକ୍ଷାନଗର କଲେଜ ସମ୍ମୁଖରୁ ଜଣଙ୍କୁ ଗିରଫ କରିଛି ଅବକାରୀ ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲେ କାମାକ୍ଷାନଗର ଥାନା ଅନନ୍ତପୁର ୪ ନମ୍ବର ୱାର୍ଡର ସୌମ୍ୟ ରଞ୍ଜନ ନାୟକ । ତାଙ୍କଠାରୁ ୧୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି । ଅବକାରୀ ଆଇନ ବଳରେ ସୌମ୍ୟ ରଞ୍ଜନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!