ବ୍ରାଉନସୁଗାର ଜବତ : ୧ ଗିରଫ

ପୁରୀ : ପୁରୀ ଜିଲ୍ଲା ମୋବାଇଲ ସ୍କ୍ୱାଡ଼ର ଉପନିରୀକ୍ଷକ ସିଦ୍ଧେଶ୍ୱର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍‌ ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ଛକ ଠାରେ ଚଢ଼ାଉ କରି ୩୨ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଗିରଫ ଯୁବକ ଜଣକ ହେଲେ ଅଳଗୁମ ଗ୍ରାମର ଜ୍ୟୋତି କାନ୍ତ ମହାନ୍ତି । ଜ୍ୟୋତିକାନ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ପୁରୀ କାରାଗାରକୁ ପଠାଯାଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୩,୨୦,୦୦୦ ଟଙ୍କାରୁ ଅଧିକ ହେବ । ଏହି ଚଢ଼ାଉରେ ଅବକାରୀ ଉପନିରୀକ୍ଷକ ନାରାୟଣ ବେହେରା, ଏଏସ୍‌ଆଇ ସୁବାସ ଚନ୍ଦ୍ର ମହାପାତ୍ର, ଗୀତାଞ୍ଜଳି ବେହେରା ଏବଂ କର୍ମଚାରୀ ପ୍ରଦୀପ୍ତ କୁମାର ପଣ୍ଡା, ବିଶ୍ୱଜିତ ମହାପାତ୍ର, ଫିରୋଜ ମହାନନ୍ଦିଆ, ଜ୍ୟୋତି, ଦୀପ୍ତି ରଞ୍ଜନ ଦାସ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.

error: Content is protected !!