ବ୍ରାଉନସୁଗାର ଜବତ : ୨ ଗିରଫ

ଭଦ୍ରକ : ଭଦ୍ରକ ସହରର ଜାତୀୟ ରାଜପଥ ଗେଲପୁର ନିକଟରେ ଗୁରୁବାର ରାତିରେ ଗ୍ରାମାଞ୍ଚଳ ପୋଲିସ ୧୧ ଗ୍ରାମ ବ୍ରାଉନସୁଗାର ଜବତ ସହ ୨ ଜଣ ଯୁବକଙ୍କୁ ଗିରଫ କରିଥିବା ଜଣାପଡିଛି । ଏମ୍‌ଭି ଚେକିଂ ବେଳେ ଏକ ବାଇକ୍‌ରେ କଟକର ୨ ଜଣ ଯୁବକ ବ୍ରାଉନସୁଗାର ସହ ଧରା ପଡ଼ିଥିଲେ । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ କଟକ ଜିଲ୍ଲା ଚୌଦ୍ୱାର ନୂଆସାହିର ସମ୍ବିତ ମିଶ୍ର ଓ ନରସିଂହପୁର ଅଧେଇଗୁଣ୍ଡିର ଜ୍ଞାନେନ୍ଦ୍ର ମହାରଣା । ଏନେଇ ମାମଲା କେସ୍‌ ନଂ. ୬୩୭/୨୨ରେ ଏକ ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.