oum

ବିଜାପୁରରୁ ଅପହୃତ ଯବାନଙ୍କୁ ଅପହରଣର ତିନି ଦିନ ପରେ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦେଲେ ମାଓବାଦୀ

jsm

ବିଜାପୁର : ବିଜାପୁରରୁ ଅପହୃତ ଯବାନଙ୍କୁ ଅପହରଣର ତିନି ଦିନ ପରେ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦେଇଛ‌ନ୍ତି ମାଓବାଦୀମାନେ ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଜଗଦଲପୁରରେ କାର୍ଯ୍ୟରତ ଥିଲେ ଡିଆରଜି ଯବାନ ସବ-ଇନିସପେକ୍ଟର ମୁରଲି ତାତି । ଛୁଟିରେ ନିଜ ଘର ବିଜାପୁର ଜିଲ୍ଲାର ଗାଙ୍ଗାଲୁର ଥାନା ଅନ୍ତର୍ଗତ ପାଲନାଡ ଗାଁକୁ ଆସିଥିଲେ । ତେବେ ଗତ ୨୧ ତାରିଖ ଦିନ ଗାଁ ନିକଟକୁ ମେଳା ଦେଖିବା ପାଇଁ ଯାଇଥିବା ବେଳେ ମାଓବାଦୀ ତାଙ୍କୁ ଅପହପଣ କରି ନେଇଥିଲେ । ଅପହରଣର ତିନି ଦିନ ପରେ ଏସଆଇ ମୁରଲି ତାତିଙ୍କୁ ପ୍ରଜାକୋର୍ଟରେ ହତ୍ୟା କରିଥିଲେ ମାଓବାଦୀ । ପରେ ଛତିଶଗଡ଼ ବିଜାପୁର କୁସୁମପାରା ନିକଟରେ ମୁରଲୀ ତାତିଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଯବାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ମାଓବାଦୀଙ୍କ ପଶ୍ଚିମ ବସ୍ତର ଡିଭିଜନ ପକ୍ଷରୁ ଏକ ଚିଠିରେ ଉଲ୍ଲେଖ ରହିଥିବା ଜଣାପଡିଛି ।

Leave A Reply

Your email address will not be published.