ଟ୍ରେନରୁ ଖସିପଡି ସିଆର୍‌ପିଏଫ୍‌ ଯବାନ ଗୁରୁତର

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ଟ୍ରେନରୁ ଖସିପଡି ସିଆର୍‌ପିଏଫ୍‌ ଯବାନ ଗୁରୁତ । ଗତ ରାତିରେ ରାଉରକେଲା ଜଗଦଲପୁର ଏକ୍ସପ୍ରେସ ଟ୍ରେନରେ ଜଗଦଲପୁର ଯାଉଥିବା ବେଳେ ଲେଳିଗୁମା ଷ୍ଟେସନ ନିକଟରେ ଖସିପଥିବା ଜଣାପଡିଛି । ଗୁରୁତର ଯବାନ ହେଲେ ଶରତ ମାଝୀ ସେ ରାଉରକେଲାରୁ ଜଗଦଲପୁର ଯାଉଥିବାବେଳେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଓ କାଶୀପୁର ବ୍ଲକ ସୀମାନ୍ତ ଲେଳିଗୁମା ଷ୍ଟେସନ ନିକଟରେ ଟ୍ରେନରୁ ଖସିପଡ଼ି ଥିବା ଯବାନ କହିଛନ୍ତି । ସେ ଟ୍ରେନ ଦ୍ଵାର ପାଖରେବସିଥିଲେ ଅଚନକ ଟ୍ରେନରୁ ତଳକୁ ଖସି ପଡ଼ିଥିଲେ । କୌଣସି ସୂତ୍ରରୁ ଖବର ପାଇ ରାୟଗଡା ରେଳ ବିଭାଗ କେଉଁଟଗୁଡା ଷ୍ଟେସନରୁ ଖୋଜାଖୋଜି କରୁଥିବାବେଳେ ସୂଚନା ପାଇ ଲେଳିଗୁମା ଷ୍ଟେସନ ନିକଟରେ ଯବାନ ପଡ଼ିଥିବା ଜାଣି ସେହିଠାରୁ ଆମ୍ବୁଲାନ୍ସ ଯୋଗେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରି ରାୟଗଡା ମେଡିକାଲକୁ ନିଆଯାଇଥିବା ଜଣା ପଡ଼ିଛି ।

Leave A Reply

Your email address will not be published.