
ବଲାଙ୍ଗିର, (କେପିଏନ୍ଏନ୍) : ବି.ଏସ.ଏଫ ଯବାନ ଭାବରେ ଗତ କିଛି ବର୍ଷ ହେଲା ଚାକିରୀ କରୁଥିଲେ । ହେଲେ ଚାକିରୀରୁ କିଛି ଦିନ ତଳେ ଛୁଟିରେ ବଲାଙ୍ଗିରକୁ ଆସିଥିଲେ । ଆଉ ଗତକାଲି କୌଣସି କାରଣ ବଶତଃ ସିଲିଂ ଫ୍ୟାନରେ ଝୁଲି ପଡ଼ିଥିଲେ ଯବାନ । ବି.ଏସ୍.ଏଫ୍ ଯବାନ ଜଣକ ୨୫ ବର୍ଷୀୟ ବ୍ୟାସଦେବ ଦାଣ୍ଡିଆ ହୋଇଥିବା ବେଳେ ସେ କିଛିଦିନ ତଳେ ଛୁଟି ନେଇ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ସିଆଲବହାଲି ସ୍ଥିତ ତାଙ୍କ ଘରକୁ ଆସିଥିଲେ । ହେଲେ ଗତକାଲି କଣ ହେଲା କେଜାଣି ନିଜ ଘର ଭିତରେ ସିଲିଂ ଫ୍ୟାନରେ ଝୁଲି ପଡ଼ିଥିଲେ ବ୍ୟାସଦେବ । ଏହି ଘଟଣାକୁ ନେଇ ବେଶ୍ ଚର୍ଚ୍ଚା ଲାଗି ରହିଥିବା ବେଳେ ଏମିତି କ’ଣ ହେଲା ଯେ ଜୀବନ ହାରି ଦେଲେ ବି.ଏସ୍.ଏଫ୍ ଯବାନ ବ୍ୟାସଦେବ ଦାଣ୍ଡିଆ ବୋଲି ସାଧାରଣରେ ପ୍ରଶ୍ନ ଉଠାଇବା ସହ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ହେଉଛି ।