om academy

ବିଜେପି ଦଳରୁ ଇସ୍ତଫା ଦେଲେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଜୟ

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଞ୍ଚାୟତ ନିର୍ବାଚନରେ ବିଜେପି ଦଳ ମଧ୍ୟରେ ଅନେକ ନେତା ଜିଲ୍ଲା ପରିଷଦ ଟିକଟ ପାଇଁ ଅନେକ ଆଶାଇ ରହିଥିଲେ । କିଏ ଟିକଟ ପାଇ ଖୁସିରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ତ ଆଉ କିଏ ଟିକଟ ନ ପାଇବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ସଇଁନ୍ତଲା ବିଜେପି ଦଳକୁ ବଡ଼ ଝଟକା ଦେଇଛନ୍ତି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ରହିଥିବା ବିଜୟ ପାତ୍ର । ଏନେଇ ବିଜେପି ଜିଲ୍ଲା ସଭାପତିଙ୍କୁ ଏକ ପତ୍ର ଲେଖିଛନ୍ତି । ବିଜୟଙ୍କୁ ଟିକଟ ନ ମିଳି ଥିବାରୁ ଇସ୍ତଫା ଦେଇଥିବା ବେଳେ ବିଜେପିର ଗୋଷ୍ଠୀ କନ୍ଦଳ ସ୍ପଷ୍ଟ ଭାବରେ ପ୍ରମାଣିତ ହେଉଛି ବୋଲି ଲୋକେ ଆଲୋଚନା କରୁଛନ୍ତି ।

Leave A Reply

Your email address will not be published.