କଂଗ୍ରେସ ଦଳରୁ ଇସ୍ତଫା ଦେଲେ ଜିଲ୍ଲା ମହିଳା କଂଗ୍ରେସ କମିଟିର ସଭାନେତ୍ରୀ ସବିତା ରାଣୀ ଧୀର

ଅନୁଗୁଳ : ଅନୁଗୁଳ ଜିଲ୍ଲା ମହିଳା କଂଗ୍ରେସ କମିଟିର ସଭାନେତ୍ରୀ ସବିତା ରାଣୀ ଧୀର ନିଜ ପଦରୁ ତଥା କଂଗ୍ରେସ ଦଳରୁ ଗତକାଲି ଇସ୍ତଫା ଦେଇଛନ୍ତି । ଗତ ୨୦୧୫ ମସିହାରୁ ସେ ଜିଲ୍ଲା ମହିଳା କଂଗ୍ରେସ କମିଟିର ସଭାନେତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ତାଙ୍କ କାର୍ୟ୍ୟକାଳ ମଧ୍ୟରେ ମହିଳା ସଂଗଠନକୁ ଅଧିକରୁ ଅଧିକ ସଙ୍ଗଠିତ ଓ କ୍ରିୟାଶୀଳ କରିବାପାଇଁ ଅଧିକରୁ ଅଧିକ ଚେଷ୍ଟା କରି ଆସୁଥିବା ବେଳେ ଜିଲ୍ଲା କଂଗ୍ରେସ କମିଟିର ସଭାପତିଙ୍କ ସହଯୋଗ ନମିଳିବାରୁ ସେ ନିଜ ପଦରୁ ଇସ୍ତଫା ଦେଉଛନ୍ତି ବୋଲି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଛନ୍ତି । ନିଜ ଇସ୍ତଫାପତ୍ରକୁ ସେ ପ୍ରଦେଶ ମହିଳା କମିଟି ସଭାନେତ୍ରୀ ଓ ପିସିସି ସଭାପତିଙ୍କୁ ପଠାଇଥିବାର ଜଣାଇଛନ୍ତି ।

Leave A Reply

Your email address will not be published.