ଆଇଏସ୍‌ପିଏଲ୍‌ ସିଜିନ – ୨ରେ ବଲାଙ୍ଗିରର ପୁଅ ମହେନ୍ଦ୍ର ଅମିତାଭ ବଚ୍ଚନଙ୍କ ହାତରୁ ଟ୍ରଫି ଗ୍ରହଣ କଲେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାଟଣାଗଡ ବ୍ଲକ ବାଲିପଟା ତଥା ଇନ୍ଦିରା ନଗର ନିବାସୀ ଦୁତିବାହାଲ ଚନ୍ଦନଙ୍କ ୨ୟ ପୁତ୍ର ଆଇଏସ୍‌ପିଏଲ୍‌ ସିଜିନ-୨ (ଇଣ୍ଡିଆନ ଷ୍ଟ୍ରିଟ ପ୍ରିମିୟର ଲିଗ) ଗତ ଜାନୁୟାରୀ ୧୯ରୁ ଖେଳିବାକୁ ଯାଇଥିଲେ । ସିନେମା ଅଭିନେତା ଅମିତାଭ ବଚ୍ଚନଙ୍କ ଟିମ୍‌ ମଝି ମୁମ୍ବାଇ ନିଲାମ ଡାକି ୩ ଲକ୍ଷ ଟଙ୍କାରେ କିଣିଛି । ଗତ ଶନିବାର ଦିନ ଫାଇନାଲ ମ୍ୟାଚ୍‌ରେ ଚମ୍ପିୟାନ ହୋଇଥିଲେ ଏବଂ ସଚିନ ତେନ୍ଦୁଲକର, ଅକ୍ଷୟ କୁମାର ଓ ଅଭିତାଭ ବଚନଙ୍କ ହାତରୁ ଟ୍ରଫି ଗ୍ରହଣ କରିଥିଲେ । ଟ୍ରଫିକୁ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଚନ୍ଦନଙ୍କ ପରିବାର ସହ ଶୁଭେଚ୍ଛା ଛୁଟୁଥିବା ବେଳେ ବଲାଙ୍ଗିରର କ୍ରିକେଟ କ୍ରୀଡାପ୍ରେମୀଙ୍କ ମନରେ ଖୁସିର ଲହରି ଖେଳିଯାଇଛି ।

Leave A Reply

Your email address will not be published.