ନୂତନ ପୁଲିସ କମିସନର ଭାବେ ଦାୟିତ୍ବ ନେଲେ ବରିଷ୍ଠ ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀ

ଭୁବନେ‌ଶ୍ୱର : କଟକ ଓ ଭୁବନେ‌ଶ୍ୱରର ନୂତନ ପୁଲିସ କମିସନର ଭାବେ ବରିଷ୍ଠ ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଦାୟିତ୍ବ ଗ୍ରହଣ କରିଥିବା ସୂଚନା ମିଳିଛି । ପୂର୍ବ ପୁଲିସ କମିସନର ଡ.ସୁଧାଂଶୁ ଷଡ଼ଙ୍ଗୀ ଶ୍ରୀ ପ୍ରିୟଦର୍ଶୀ‌ଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି । ୧୯୯୫ ବ୍ୟାଚର ଆଇପିଏସ୍ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ଦୁଇ ସହରର ଆଇନଶୃଙ୍ଖଳା ପରିସ୍ଥିତି ସୁଧାରିବେ ବୋଲି କହିଛନ୍ତି । ଏଥିଲାଗି ସୌମେନ୍ଦ୍ର ପ୍ରିୟଦର୍ଶୀ କଟକ-ଭୁବନେ‌ଶ୍ୱରବାସୀଙ୍କ ସହଯୋଗ କାମନା କରିଛନ୍ତି ଏବଂ ଦ୍ବୈତ ନଗରୀବାସୀଙ୍କ ଧନଜୀବନ ସୁରକ୍ଷାକୁ ସେ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି ।

Leave A Reply

Your email address will not be published.