ଦିଗପହଣ୍ଡି ଠାରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ପ୍ରସ୍ତାବ ଦେଲେ ବାଚସ୍ପତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମଜିଲ୍ଲାର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗଞ୍ଜାମ ଜିଲ୍ଲାଗ୍ରସ୍ତରେ ଆସି ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ ଭଲମନ୍ଦ କଥା ବୁଝି ଅଟକି ରହିଯାଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଅବଗତ ହୋଇଥିଲେ । ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଭିଡିଓ କନଫେରେନ୍ସିଂ ହଲ୍‌ରେ ନିଜ ନିର୍ବାଚନ ମଣ୍ଡଳୀର ଉନ୍ନତି କଳ୍ପେ ଦିଗପହଣ୍ଡି ଅଞ୍ଚଳରେ ଏକ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରାଯିବା ନିମନ୍ତେ ସେହି ଅଞ୍ଚଳର ପ୍ରତିନିଧିଦଳ ପକ୍ଷଙ୍କ ଉପସ୍ଥିତିରେ ଏକ ପ୍ରସ୍ତାବ ରାଜ୍ୟସରକାରଙ୍କ ଠାରେ ଉପସ୍ଥାପନ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ କ୍ରୀଡାର ଭିତ୍ତିଭୂମିକୁ ଖୁବଶୀଘ୍ର ସୁଦୃଢ଼ କରାଯିବାକୁ ମୁଖ୍ୟମନ୍ତ୍ରୀ ଆଗଭର ଅଛନ୍ତି, ବୋଲି ୫ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିୟାନ ସଚିବାଳୟରୁ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ମତବ୍ୟକ୍ତ କରିଥିଲେ । ଗଞ୍ଜାମ ଜିଲ୍ଲାର ଅନେକ ସ୍ଥାନରେ ଓପେନ ଷ୍ଟାଡିୟମ ଏବଂ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରାଯିବା, ପୁରାତନ ଖେଳପଡିଆର ଭିତ୍ତିଭୂମିକୁ ରୂପାନ୍ତର କରାଯିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଯୋଜନା ପ୍ରସ୍ତୁତ ହୋଇଛି । କ୍ରୀଡାପ୍ରେମୀ ମାନଙ୍କୁ ଉତ୍ସାହିତ କାରିବା ପାଇଁ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରାଯିବା ନେଇ ଆକ୍ସନ ପ୍ଲାନ ରାଜ୍ୟସରକାର ପ୍ରସ୍ତୁତ କରିଛନ୍ତି । ଯାହାକି ଗଞ୍ଜାମ ଜିଲ୍ଲାକୁ ତହିଁରେ ଅଗ୍ରଣୀ ସ୍ଥାନ ଦିଆଯାଇଛି, ବୋଲି ଭି.କେ.ପାଣ୍ଡିୟାନ କହିଛନ୍ତି । ଦିଗପହଣ୍ଡି ଠାରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପ୍ରସ୍ତାବକୁ ୫ଟି ସଚିବ ସାଦରରେ ଗ୍ରହଣ କରିଛନ୍ତି ଏବଂ ମହିଳା କ୍ରୀଡାବିତଙ୍କ ଠାରୁ ମତାମତ ନେଇ ପ୍ରସ୍ତାବକୁ ସାଧୁବାଦ ଜଣାଇଛନ୍ତି, ବାଚସ୍ପତି ଶ୍ରୀ ପାତ୍ରଙ୍କୁ ଉକ୍ତ ସ୍ମାରକପତ୍ର ଗ୍ରହଣ କରିବାକୁ କହିଛନ୍ତି । ଏହି ଭିଡିଓ କନଫେରେନ୍ସିଂରେ ଦିଗପହଣ୍ଡି ସହରାଞ୍ଚଳ ବିଜ୍ଞାପିତ ଅଞ୍ଚଳ ପରିଷଦର ୧ ନମ୍ବର ୱାର୍ଡର ପୂର୍ବତନ ବିଜେଡ଼ି କାଉନସିଲର ଶ୍ରୀମତୀ ନିରୁପମା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.