om academy

ଇଣ୍ଡିଆନ ବ୍ୟାଙ୍କ ଏଟିଏମ ଭାଙ୍ଗି ଲୁଟ : ଫେରାର ଦୁର୍ବୁତ୍ତ ସମ୍ପର୍କରେ ପୋଲିସର ଖୋଲତାଡ଼ ଆରମ୍ଭ

jsm

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ମୁଖ୍ୟ ରାସ୍ତା ଷ୍ଟାଇଲ ବଜାର ପାର୍ଶ୍ଵରେ ଥିବା ଇଣ୍ଡିଆନ ବ୍ୟାଙ୍କ ଛତ୍ରପୁର ଶାଖାରେ ବିଳମ୍ବିତ ରାତ୍ରିରେ ଡକାୟତି ହୋଇଛି । ରାତି ୨ଟା ସମୟରେ ଡକାୟତମାନେ ଏକ ୪୦୭ ମିନି ଟ୍ରକରେ ଆସି ବ୍ୟାଙ୍କ ପରିସରରେ ଥିବା ଏଟିଏମରୁ ସଟର କାଟି ଏହି ଡକାୟତି ଉଦ୍ୟମ କରିଥିଲେ ବୋଲି ଜଣାଯାଏ । ତେବେ କର୍ଫ୍ୟୁ ବେଳେ ଚଳାଚଳକୁ ଲକ୍ଷ୍ୟ କରି ଦୂରରେ ମୁତୟନ ଥିବା ଛତ୍ରପୁର ଥାନାର ଜଣେ ପୋଲିସ କର୍ମଚାରୀ ସେହି ବ୍ୟାଙ୍କ ନିକଟକୁ ଯିବାରୁ ଡକାୟତମାନେ ତାଙ୍କୁ ଲୁହା ରଡ ଧରି ଗୋଡାଇ ଥିଲେ । ସେ ଦୌଡ଼ି ଯାଇ ପିସିଆର ଗାଡିକୁ ଖବର ଦେବା ପରେ ପିସିଆର ଗାଡି ପହଞ୍ଚି ଥିଲା । ତେବେ ସେତେବେଳକୁ ଡକାୟତମାନେ ଘଟଣା ସ୍ଥଳରୁ ଏକ ମିନି ଟ୍ରକରେ ନିଜେ ଆଣିଥିବା ସମସ୍ତ ଯାନ୍ତ୍ରିକ ସାମଗ୍ରୀ ନେଇ ପଳାଇ ଯାଇଥିଲେ । ଏଟିଏମଟି ନୂତନ ହୋଇଥିବା ହେତୁ ଟଙ୍କା ନ ଥିଲା ବୋଲି ସୂଚନା ମିଳିଛି । ତେବେ ଡକାୟତମାନେ ଏଟିଏମର ଟଙ୍କା ଭେଣ୍ଡିଂ ମେସିନକୁ ସମ୍ପୂର୍ଣ୍ଣ ଭାବେ କାଟି ଦେଇଛନ୍ତି । ଘଟଣାର ଖବର ଜାଣି ବ୍ୟାଙ୍କ ମେନେଜର ବିଜ୍ଞାନ କୁମାର ମାଝୀ ଏବଂ ତାଙ୍କ ସାହକାରୀ ଷ୍ଟାଫ ପହଞ୍ଚିଥିଲେ । ଛତ୍ରପୁର ଥାନା ପକ୍ଷରୁ ପୋଲିସ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ ହୋଇଥିବା ବେଳେ ନିକଟବର୍ତ୍ତୀ ସମସ୍ତ ସିସିଟିଭି କ୍ୟାମେରାର ଫୁଟେଜ ବାହାର କରି ତନଖି କରାଯାଉଛି । ମଙ୍ଗଳବାର ପ୍ରାତଃ କାଳୀନରୁ ଖବର ପ୍ରଘଟ ହେବା ପରଠାରୁ ପୋଲିସ ତଦନ୍ତ ଜାରୀ ରହିଛି । ଆଖପାଖରେ ନିୟୋଜିତ ରହୁଥିବା ସିକ୍ୟୁରୀଟି ଗାର୍ଡ ଏବଂ କେତେକ ରାତ୍ରି ଜଗୁଆଳିଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଛି ।

Leave A Reply

Your email address will not be published.