ls

ଆଇଆର୍‌ଇ (ଇଣ୍ଡିଆ) ଲିଃ. ତରଫରୁ ହିନ୍ଦୀ ଦିବସ ପାଳିତ

sb

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ମାଟିଖାଲଠାରେ ପ୍ରତିଷ୍ଠିତ ଭାରତୀୟ ବିରଳ ମୂର୍ତ୍ତିକା ଆଇଆର୍‌ଇ(ଇଣ୍ଡିଆ) ଲିଃ. ଭାରତ ସରକାରଙ୍କ ଏକ ପ୍ରତିଷ୍ଠାନ ଓସକମ୍‌ (ଆଇ.ଆର.ଇ.) ଆନୁକୂଲ୍ୟରେ ହିନ୍ଦୀ ଦିବସ ମଙ୍ଗଳବାର ଅନଲାଇନ ମାଧ୍ୟମରେ ପାଳିତ ହୋଇଛି । ଆଇଆର୍‌ଇର ଉପମହାପ୍ରବନ୍ଧକ ଦେବରାଜ ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଉପମହାପ୍ରବନ୍ଧକ (ସମ୍ବଳ ଏବଂ ଜନ ସମ୍ପର୍କ ଏବଂ କର୍ମଚାରୀ ସମ୍ପର୍କ) ଗତିକୃଷ୍ଣ ନାୟକ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ପ୍ରବନ୍ଧକ (ଉପକରଣ) ଚନ୍ଦ୍ର ଭୂଷଣ ସିଂହ ସ୍ଵାଗତ ଭାଷଣ ଦେଇଥିଲେ । ଦେବରାଜ ବେହେରା ଆଇଆର୍‌ଇ ପକ୍ଷରୁ ହିନ୍ଦୀ ଭାଷାର ପ୍ରଚାର ପ୍ରସାରଣ ନିମନ୍ତେ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ଭୂୟସୀ ପ୍ରସଂଶା କରିଥିଲେ । କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ସନ୍ଦେଶକୁ ଉପମହାପ୍ରବନ୍ଧକ (ମାନବ ସମ୍ବଳ ଏବଂ ପ୍ରଶାସନ), ପି.କେ. ଦାସ, ଉପମହାପ୍ରବନ୍ଧକ (ପରିଯୋଜନା), ପରମାଣୁ ଊର୍ଜା ବିଭାଗର ଅଧ୍ୟକ୍ଷଙ୍କ ସନ୍ଦେଶ ଏବଂ ଆଇଆରଇଲିଃର ସିଏମ୍‌ଡିଙ୍କ ସନ୍ଦେଶ ଉପମହାପ୍ରବନ୍ଧକ (ପରିଚାଳନା) କେ.ବି.ରାମକୃଷ୍ଣ ପାଠ କରିଥିଲେ । କୃଷ୍ଣ ଚନ୍ଦ୍ର ସାହୁ, ମୁଖ୍ୟ ପ୍ରବନ୍ଧକ(ବିଧିକ ଏବଂ କର୍ମଚାରୀ ସମ୍ପର୍କ) ଅନ୍-ଲାଇନରେ ଉପସ୍ଥିତ ସମସ୍ତଙ୍କୁ ରାଜଭଷା ପ୍ରତିଜ୍ଞା କରାଇଥିଲେ । ଅନ୍‌ଲାଇନ୍‌ ମାଧ୍ୟମରେ ମୁଖ୍ୟ ମହାପ୍ରବନ୍ଧକ ଏବଂ ପ୍ରଧାନ, ଓସକମ ଓ ମହିଳା କଲ୍ୟାଣ କେନ୍ଦ୍ରର ପୃଷ୍ଠପୋଷକ ଶ୍ରୀମତୀ ଜେ.ରାମଲକ୍ଷ୍ମୀଙ୍କ ଦ୍ଵାରା ଉକ୍ତ ଉତ୍ସବରେ ବିଭିନ୍ନ ପ୍ରତିଯୋଗୀତାରେ କୃତି କର୍ମଚାରୀ, ଛାତ୍ର-ଛାତ୍ରୀ ଏବଂ ଗୃହିଣୀମାନଙ୍କୁ ପୁରସ୍କୃତ କରିଥିଲେ । ଉକ୍ତ ହିନ୍ଦୀ ଦିବସର ସାଂସ୍କୃତିକ କାର୍ଯ୍ୟକ୍ରମରେ ମହିଳା କଲ୍ୟାଣର ସଦସ୍ୟା ଏବଂ କର୍ମଚାରୀ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା । ଏହି କାର୍ଯ୍ୟକ୍ରମକୁ ରଞ୍ଜିତ କୁମାର ପଣ୍ଡା, ଶ୍ରୀମତୀ ସ୍ଵେତା ସିହ୍ନା, ନିରଞ୍ଜନ ବେହେରା, ଶିବ ଶଙ୍କର ଗୌଡ, ଚିତ୍ତ ରଞ୍ଜନ ପାଲ, କିରଣ କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ । ଶେଷରେ ସୁଜିତ କୁମାର ମିଶ୍ର, ପ୍ରବନ୍ଧକ (ସ୍ଥାପନା -।) ଉପସ୍ଥିତ ସମସ୍ତ ଅତିଥି ତଥା ସମସ୍ତ ଉପସ୍ଥିତ ଦର୍ଶକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

pc pk
Leave A Reply

Your email address will not be published.