ଆଇସିଆଇସିଆଇ ଫାଉଣ୍ଡେସନ୍‌ ତରଫରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦତ୍ତ ଏକ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଇସିଆଇସିଆଇ ଫାଉଣ୍ଡେସନ୍‌ ତରଫରୁ ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଏକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ନରେ ସ୍ଥାନୀୟ ସିଡିଏମ୍‌ଓ କାର୍ଯ୍ୟାଳୟ ପରିସରରେ ଏହି ଆମ୍ବୁଲାନ୍ସକୁ ଜିଲ୍ଲାପାଳ ଚଂଚଳ ରାଣା ଶୁଭାରମ୍ଭ କରିଛନ୍ତି । ଏହି ଆମ୍ବୁଲାନ୍ସ ବଲାଙ୍ଗିର ଜିଲ୍ଲାର ଜନସାଧାରଣଙ୍କ ସହାୟକ ହୋଇ ପାରିବ । ଜିଲ୍ଲାକୁ ଏକ ଆମ୍ବୁଲାନ୍ସ ପ୍ରଦାନ କରିଥିବାରୁ ଆଇସିଆଇସିଆଇ ବ୍ୟାଙ୍କ ତଥା ଆଇସିଆଇସିଆଇ ଫାଉଣ୍ଡେସନ୍‌କୁ ଜିଲ୍ଲାପାଳ ଶ୍ରୀ ରାଣା ଧନ୍ୟବାଦ ଜଣାଇଛନ୍ତି । ଆମ୍ବୁଲାନ୍ସର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସିଡିଏମ୍‌ଓ ଡା. ସ୍ନେହଲତା ସାହୁ, ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା.କେଶବ ଚରଣ ମହାନ୍ତ, ଡା. ସିଦେ୍ଧଶ୍ୱର ମାଝୀ, ଡା. ସୁଧା ବାର୍ଲା, ଡା. ତୁଷାରକାନ୍ତ ଠାକୁର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ଆଇସିଆଇସିଆଇ ବ୍ୟାଙ୍କ ରିଟେଲ ରାଉରକେଲା ଆଂଚଳିକ ମୁଖ୍ୟ ପଞ୍ଚାନନ ତ୍ରିପାଠୀ, ବଲାଙ୍ଗିର ଶାଖାର ଶାଖା ପରିଚାଳକ ସଂଗ୍ରାମ ସାବତଙ୍କ ସମେତ ଆଇସିଆଇସିଆଇ ଫାଉଣ୍ଡେସନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!