କେହେନ୍‌ସି ବି ଛେଁକେନ୍‌ କେ ନେଇଁ ମାନ୍‌ବାର୍‌ କରୋନା : ଲହଁକି ଯଉଛେ ଇଥିତାହିଁ, ସଭେ ହୁସିଆର୍‌ ହଉନ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : କେହେନ୍‌ସି ବି ଛେଁକେନ୍‌ କେ ନେଇଁ ମାନ୍‌ବାର୍‌ କରୋନା । ଲହଁକି ଯଉଛେ ଇତିତାହିଁ । ଗଲା ୨୪ ଘଂଟା ଥି ଗୁଟେ ଦିନେ ଦେଶେ ୨ ଲାଖ୍‌ ୯୫ ହଜାର୍‌ ଲୋକ୍‌ କରୋନାର ଚପେଟ୍‌ ଥି ଆସିଛନ୍‌ । ସେଥି ଫେର୍‌ ଆମର୍‌ ଦେଶ୍‌ ଥି ୨୦୨୩ ଜନ୍‌କର୍‌ ଜୀବନ୍‌ ଯାଇଛେ କରୋନା ଥି । ହେନ୍‌ତା ଓଡ଼ିଶା ଥି ବି ଡାହି ମାକ୍‌ରି ଖେଲୁଛେ କରୋନା । ଗଲା ୨୪ ଘଂଟା ଥି ରାଏଜେ ୪ ହଜାର୍‌ ୮୫୧ ଜନ୍‌ କରୋନା ସଂକ୍ରମିତ୍‌ ବାହାରିଛନ୍‌ । ଆମର୍‌ ରାଏଜ୍‌ ଥି ୫ ଜନ୍‌କର୍‌ ମୁଁଡ଼ ବି ନେଇଛେ କରୋନା ।

ଏନ୍‌ତା ସମିଆଁ ଥି ହେଲୁଆ ହେଲେ ନେଇଁ ଚଲେ । କୁହାଯାଏସି ପରେ – ହେଲୁଆ ହେଲେ ହେବ୍‌ଲେଇ ଦେସି ସମିଆଁ । ଜରୁରୀ କାମ୍‌ ନେଇଁ ଥିଲେ ଘରୁ ନେଇଁ ବାହାରୁନ୍‌, ଘରୁ ବାହାର୍‌ଲା ମାତର୍‌କେ ସଭେ ମୁହେଁ ମାସ୍କ ପିନ୍ଧୁନ୍‌, ଘଡେ଼କେ ଛନେକେ ହାତ୍‌ ଧୁଉନ୍‌, ସେନିଟାଇଜର୍‌ ବେଭାର୍‌ କରୁନ୍‌, ଲୋକ୍‌ ଭିଡ଼୍‌ଭାଡ଼୍‌ ଠାନ୍‌କେ ନେଇଁ ଯଉନ୍‌ । ସରକାରୀ କରୋନା ଗାଇଡ଼୍‌ ଲାଇନ୍‌ କେ ମାନୁନ୍‌ । ତେନେ ଯାଏ ଆମେ କରୋନା କେ ହରେଇ ପାର୍‌ମା । ଦେଶ୍‌କେ ବଁଚାବାର୍‌ ଲାଗି ସଭେ ସହଯୋଗ୍‌ କର୍‌ମା । ଟିକେ ବି ହେଲୁଆ ହେଲେ ଟାମ୍‌ଡ଼ି ନେଇଁଦେବା କରୋନା ବଲି କିଏ କହେବା । ସଭେ ହୁସିଆର୍‌ ହଉନ୍‌ ।

Leave A Reply

Your email address will not be published.