ଜଣେ ଭଲ ମଣିଷଙ୍କୁ ହରାଇଲା ଓଡ଼ିଶା ମାଟି : ଡକ୍ଟର ହୁସେନ ରବି ଗାନ୍ଧୀ ଆଉ ନାହାନ୍ତି

ଭୁବନେଶ୍ୱର : ଜଣେ ଭଲ ମଣିଷଙ୍କୁ ହରାଇଲା ଓଡ଼ିଶା ମାଟି । ଓଡ଼ିଶାର ବରପୁତ୍ର ଡକ୍ଟର ହୁସେନ ରବି ଗାନ୍ଧୀ ଆଉ ନାହାନ୍ତି । ମଣିଷପଣିଆରେ ଭରପୂର ଜଣେ ମଣିଷ । ଜାତି, ଧର୍ମ, ବର୍ଣ୍ଣ, ବର୍ଗ ନିର୍ବିଶେଷରେ ସମସ୍ତର ପ୍ରିୟ ଥି ସେ । ଜଣେ ବାଗ୍ମୀ, କବି, ପୂର୍ବତନ ସାହିତ୍ୟ ଏକାଡେମୀ ସଭାପତି, ସୁବକ୍ତା ଏହିଭଳି ଅନେକ ପରିଚୟ ନେଇ ସେ ବିଶେଷ ଭାବେ ପରିଚିତ ଥିଲେ ଓଡ଼ିଶା ମାଟିରେ । ପିଲାଙ୍କ ଠାରୁ ବୟସ୍କ ମାନଙ୍କ ଯାଏଁ ସମସ୍ତଙ୍କ ପାଖରେ “ହୁସେନ ଭାଇ” ପ୍ରିୟ । ଆଜି ଦିନ ୧୨.୩୫ ମିନିଟ ସମୟରେ ଚିର ଦିନ ପାଇଁ ସେ ଆଖି ବୁଜିଦେଲେ । ତାଙ୍କ ବିୟୋଗରେ ସାରା ଓଡ଼ିଶାରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.